ବାରଙ୍ଗ/ ତ୍ରିଶୁଳିଆ: ଭୁବନେଶ୍ବର ରଜ ମହୋତ୍ସବ ପରିଷଦ ତରଫରୁ ଚଳିତ ବର୍ଷ ମଧ୍ୟ କଲ୍ୟାଣପୁରସ୍ଥିତ ସ୍ବସ୍ତିବନ ପରିସରରେ ଚାରିଦିନିଆ(୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ)ରଜ ମଉଜ କାର୍ଯ୍ୟକ୍ରମ ପାଳନ କରାଯିବ। ଆଜି ସୁବାସ ଚନ୍ଦ୍ର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ପରିଷଦର ସଭାପତି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ବାବଧାନରେ ଏହି ଉତ୍ସବ ପାଳନ କରାଯିବ। କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉଦ୍‌ଘାଟନ କରିବେ।

Advertisment

ଚଳିତ ବର୍ଷ ୪୦୦ ରୁ ଅଧିକ ଦୋଳି ଲାଗିବାକୁ ଥିବା ବେଳେ ରଜ ରାଜକୁମାର, ଚିତ୍ରାଙ୍କନ, ବକ୍ତୃତା, କବାଡ଼ି, କୌତୁକ ପୋଷାକ, ପିଠାପଣା, ପାନ, ନଦିଆ, ଓଡ଼ିଶୀ ସଂକୀର୍ତ୍ତନ, ତାସ ଖେଳ, କଉଡ଼ି ଖେଳ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ସଙ୍ଗୀତ, ନୃତ୍ୟ, ପୁଚି, କାନ୍ଦଣା, ହୁଳହୁଳି, ଶଙ୍ଖଧ୍ବନି, ମ୍ୟୁଜିକ୍‌ ଚେୟାର, ପଶାଖେଳ, ଝୋଟି ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ସ୍ବାଇଁ, ସୁକାନ୍ତ କୁମାର ପରିଡ଼ା, ନିର୍ମଳ ରାଉତ, ଦେବରାଜ ଭୋଇ, ବସନ୍ତ କୁମାର ସ୍ବାଇଁ, ଅନୁପ କୁମାର ଖୁଣ୍ଟିଆ, ପ୍ରସନ୍ନ କୁମାର ସାହୁ, ସନ୍ତୋଷ ନାଥ, ମିହିର ରାଉତ, ଅଶୋକ ପ୍ରଧାନ, ପ୍ରଭାତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।