ବୁଲାବୁଲି ସହ ରଜରେ ଓଡ଼ିଆ ସିନେମା ଦେଖିବାର ସଉକ ବହୁ ପୁରୁଣା। ଏଇ ସମୟରେ ଚଳଚ୍ଚିତ୍ର ମୁକ୍ତିଲାଭ କଲେ ଭଲ ବ୍ୟବସାୟ ମଧ୍ୟ କରେ। ଏହାକୁ ଦୃଷ୍ଟିରେ ରଖି ରଜ ବଜାରରେ ଭଲ ସିନେମା ଭେଟି ଦେବାକୁ ଲଢ଼େଇ ଚାଲେ। ଏଥର ମଧ୍ୟ ଏନେଇ ସଜବାଜ ଆରମ୍ଭ ହୋଇଯାଇଥିଲା। ନିର୍ଦେଶକ ଅଶୋକ ପତି ଅଭିନେତା ଅନୁଭବଙ୍କୁ ନେଇ ଏକ ସିନେମାର ଯୋଜନା କରିଥିଲେ। ଏହାର ସ୍କ୍ରିପ୍ଟ କାମ ବି ସରିଥିଲା। ମାତ୍ର ଫିଲ୍ମଟି ସୁଟିଂ ଫ୍ଲୋରକୁ ଆସି ପାରିନଥିଲା।
ଏହା ବ୍ୟତୀତ ଆଉ ୨ଟି ସିନେମା ପରଦାକୁ ଆସିବା ନିଶ୍ଚିତ ଥିଲା। ଜ୍ୟୋତି ଦାସଙ୍କ ନିର୍ଦେଶନାରେ ବାବୁସାନ ଓ ଶିବାନୀଙ୍କ ଅଭିନୀତ ‘ବିଦ୍ୟାରାଣ’ର ୪ଟି ଗୀତ ସୁଟିଂ ଶେଷ ହୋଇଯାଇଥିଲା। ହେଲେ ଫିଲ୍ମ ନିର୍ମାଣ କାମ ଆରମ୍ଭରୁ ଲକ୍ଡାଉନ ସବୁ ବାଟ ବନ୍ଦ କରିଦେଲା। ଏଥିସହ ଏଥର ରଜ ବଜାରରେ କମେଡି ତଡ଼କା ନେଇ ଆସିବାକୁ ସଜ ହେଉଥିଲେ ପପୁ ପମ୍ପମ୍। ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶନାରେ ନିର୍ମିତ ହୋଇ ସାରିଥିବା ‘ଗାଁ’ର ନାଁ ଗାଲୁଆପୁର’ ମଧ୍ୟ ରଜ ବଜାରରେ ଦର୍ଶକଙ୍କୁ ମନୋରଂଜନ ଭେଟି ଦେଇଥାଆନ୍ତା। ସିନେମା ହଲ୍ ବନ୍ଦ ରହିଥିବାରୁ ଏହା ସମ୍ପୂର୍ଣ୍ଣ ହୋଇ ବି ମୁକ୍ତିଲାଭ କରିବାକୁ ବାଟ ପାଉନାହିଁ। ସିନେ ସମୀକ୍ଷକଙ୍କ ସୂଚନା ମୁତାବକ, ଦୁଇଟି ଫିଲ୍ମ ମୁକ୍ତିଲାଭ କରିଥିଲେ ୨ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥାଆନ୍ତା। ଏହା କେବଳ ପ୍ରଯୋଜକଙ୍କୁ ନିରାଶ କରିନି, ବରଂ ସିନେମା ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କ୍ଷତିରେ ପକାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/sfh89f7sh98sf7h98sf7h98s7fh98fs7h98sfhsfh.jpg)