ରାଜା ଡ୍ୟାନ୍ସ ଷ୍ଟୁଡିଓର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର: ରାଜା ଡ୍ୟାନ୍ସ ଷ୍ଟୁଡିଓର ୫ମ ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶୀ ନୃତ୍ୟଗୁରୁ ବିମ୍ବାଧର ଦାସ, ସମ୍ମାନିତ ଅତିଥି ଭାବେ ନୃତ୍ୟଗୁରୁ ପୁଷ୍ପିତା ମିଶ୍ର, ମୁଖ୍ୟବକ୍ତା ଭାବରେ କଳିଙ୍ଗାୟନ ତୈର୍ଯ୍ୟକମ୍ ଅନୁଷ୍ଠାନର ମୁଖ୍ୟ ଅଂଶୁମାନ ମିଶ୍ର ଯୋଗଦେଇ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟଦ୍ବାରା ଓଡ଼ିଶାର ନାମ ରଖିବାକୁ ପରାମର୍ଶ ଦେଇଥିଲେ।

ରାଜା ଡ୍ୟାନ୍ସ ଷ୍ଟୁଡିଓର ଅଧ୍ୟକ୍ଷ କୁନି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଦର୍ଶକ ଓ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦେଶକ ଶୁଭେନ୍ଦୁ ଦାସ, ଦେବାଶିଷ ମହାପାତ୍ର, ସରସ୍ବତୀ ମାଝିଙ୍କ ନିର୍ଦେଶନାରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ନୃତ୍ୟଶିଳ୍ପୀମାନଙ୍କୁ ଅନୁ‌ଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର