ସଜରେ ସଜରେ ରଜ…

ଭୁବନେଶ୍ବର: ରଜ ପରମ୍ପରାକୁ ଟିକେ ନିଆରା ଢଙ୍ଗରେ ପାଳନ କରିଛି ‘ସୁର ଭାଇବ୍ରେସନ୍‌’। ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି ‘ସଜରେ ସଜରେ ରଜ’। ଏହି ଅବସରରେ ଜଣାଶୁଣା କଳାକାରଙ୍କୁ ନେଇ ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୟଶ୍ରୀ ଧଳ ଉତ୍କଳୀୟ ପରମ୍ପରାକୁ ନେଇ ସଂଗୀତ ପରିବେଷଣ କରିଥିବା ବେଳେ ଏଥିରେ ଶିଳ୍ପୀମାନଙ୍କ ନୃତ୍ୟ ଆକର୍ଷଣ ସାଜିଥିଲା।

ଜୟଶ୍ରୀ ‘ଯୋଉଠି ଥା ତୁ ଯେମିତି ଥା… ସଂଗୀତ ପରିବେଷଣ କରି ଶ୍ରୋତାଙ୍କ ମନୋରଂଜନ କରିଥିଲେ। ମାଲକାନଗିରିର ବାଣିଶ୍ରୀ କଳାନିକେତନ, ଢେଙ୍କାନାଳର ଦେବଂଶୀ ଏକାଡେମିର ଶିଳ୍ପୀମାନଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ଶାଶ୍ବତ କୁମାର ତ୍ରିପାଠୀ, ସନ୍ତୋଷ କୁମାର ପରିଡ଼ା, ଅନିଲ କୁମାର ସାହୁ ସଂଗୀତ ପରିବେଷଣ କରିଥିଲେ। ନୃତ୍ୟ ସଂଗୀତ ସହ ପ୍ରେକ୍ଷାଳୟ ପରିସରରେ ପିଠାପଣା ଜମିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଶ୍ରୀକାନ୍ତ ସାହୁ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆୟୋଜକ ଜୟଶ୍ରୀ ଧଳ ଉପସ୍ଥିତ ଥିଲେ। ଏହି ଅବସରରେ ଚିଦାତ୍ମିକା ଖଟୁଆ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ଅରୁନ୍ଧତୀ ମଲ୍ଲିକ, ଶିବନାରାୟଣ ପାତ୍ର, ସଂଜୟ କୁମାର ପଲେଇ, ଉତ୍ତମ ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଶୀଲ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। ମିନତି ବେହେରା, ଶୁଚିସ୍ମିତା ପୃଷ୍ଟି, ଲୀଳାବତୀ ସାହୁ ଓ ରୁଦ୍ର ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର