ପୁରୁଣା ଭୁବନେଶ୍ବର: ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ରଜ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଇରା ମହାନ୍ତି, ଅଭିଜିତ୍ ମଜୁମ୍‌ଦାର, କୁମାର ବାପି ଓ ମାନସ କୁମାର ପ୍ରମୁଖ ଗୀତ ଗାଇ ଦର୍ଶକଙ୍କୁ ଝୁମେଇଥିଲେ। ରାକ୍ଷୀ ବାନ୍ଧିଲି ମୋ ରଖିବୁ ମାନ..., ରହିଛି ରହିବି ତୋରି ପାଇଁ..., ଗାଇ ଇରା ଦର୍ଶକଙ୍କ ମନ ଜିଣିଥିବା ବେଳେ କୁମାର ମାନସ ଗାଇଥିଲେ, ଜଗତରେ ପାଇବୁନି ଏମିତି ଠାକୁର...। ଅଭିଜିତ୍‌ ମଜୁମ୍‌ଦାର ସକାଳର ପହିଲି ଗାଡ଼ିରେ..., ଗାଇ ଧମାଲ୍‌ କରିଥିଲେ। ‌‌ସେହିପରି କୁମାର ବାପିଙ୍କ ବିଭିନ୍ନ ଲୋକପ୍ରିୟ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା।

Advertisment

କାର୍ଯ୍ୟକ୍ରମ ଆରମ୍ଭରେ ଉଦ୍ଧବ ରେଡ୍ଡୀ, କୁନି ଝିଅ ସ୍ବସ୍ତିକ ବରାଳଙ୍କ ନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ଥିଲା। ଏଥିସହ ଛୋଟ ପିଲାଙ୍କ ରାମ୍ପ୍‌ ସୋ’, ଜୁନିୟର ପପୁଙ୍କ କମେଡି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଚିତ୍ତାକର୍ଷକ ଥିଲା। ଅତିଥି ଭା‌ବେ ଅମିୟବାଳା ପରିଡ଼ା, ଶିବସୁନ୍ଦର ସ୍ବାଇଁ, ରାମେଶ୍ବରୀ ପ୍ରସାଦ ଦ୍ବିବେଦୀ, କ୍ୟାପଟେନ୍‌ ସିଦ୍ଧାର୍ଥ ରାଉତରାୟ, ଜ୍ୟୋତିର୍ବିଦ୍‌ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ସୁଲଗ୍ନା ରାଉତରାୟଙ୍କ ସଂଯୋଜନାରେ ସଭାପତି ବସନ୍ତ କୁମାର ବରାଳ, ସମ୍ପାଦକ ଚିନ୍ମୟାନନ୍ଦ ବଡ଼ଜେନା, ସଞ୍ଜୟ ଗିରି, ଜଲି ମହାନ୍ତି, ରଞ୍ଜିତ ମହାନ୍ତି, ତପନ ନାୟକ, ବେବି ମହାନ୍ତି, ବଳରାମ ଦେଓ, ଅଶ୍ବିନୀ ସାହୁ, ପ୍ରକାଶ ରଣା, ସୁକାନ୍ତ ପାତ୍ର, ନଗେନ ବରାଳ, ପଦ୍ମାବତୀ ନନ୍ଦ, ମଧୁସ୍ମିତା ସାହୁ, ରମେଶ ଚନ୍ଦ୍ର ନାୟକ, ବୃନ୍ଦାବନ ସାହୁ, ଜାପାନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନା କରିଥିଲେ।