ସତଭିଷା, ସିମ୍‌ରନ ରଜର ରାଜକୁମାରୀ

ନୃତ୍ୟ ପ୍ରତିଭାର ରଜ ଉତ୍ସବ

ଭୁବନେଶ୍ବର : ‘ଆମ ଟିଭି’ ପକ୍ଷରୁ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ ‘ରଜର ରାଜକୁମାରୀ’। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନୃତ୍ୟ, ଗୀତ, ଫେସନ୍‌ ସୋ’ ଓ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇଥିଲା। ଏଥିରେ କନିଷ୍ଠ ବର୍ଗରେ ସତଭିଷା ଦାସ ବିଜେତା ହୋଇଥିବା ବେଳେ ଅମିଷା ପାତ୍ର ପ୍ରଥମ ରନର୍ସଅପ୍‌ ଓ କାମ୍ୟା ନାୟକ ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି। ବରିଷ୍ଠ ବିଭାଗରେ ସିମ୍‌ରନ ଶର୍ମିଷ୍ଠା ଦାସ ବିଜେତା ହୋଇଥିବା ବେଳେ ସ୍ବାଗତିକା ତ୍ରିପାଠୀ ପ୍ରଥମ ରନର୍ସଅପ୍‌ ଏବଂ ରୂପସା ଐଶ୍ବର୍ଯ୍ୟା ମହାନ୍ତି ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି। ଏମ୍‌ବିସି ଟିଭିର ମୁଖ୍ୟ ସମ୍ପାଦକ ବିଶ୍ବନାଥ ଶତପଥୀ, ମୁଖ୍ୟ ପରିଚାଳକ ପ୍ରସାଦ ରାଓ, ଗ୍ରିନ୍‌ ଚିଲିଜ୍‌ର ପରିଚାଳନା ନିର୍ଦେଶକ ଏମ୍‌ କେଶବ ରାଓ ବିଜେତାମାନଙ୍କୁ କ୍ରାଉନ୍‌ ପିନ୍ଧାଇ ପୁରସ୍କୃତ କରିଥିଲେ। ସମଗ୍ର ଓଡ଼ିଶାରୁ ପ୍ରାୟ ୧୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅଭିନେତା ପୁପିନ୍ଦର, ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀ, ନୃତ୍ୟଶିଳ୍ପୀ ପୂଜା, ରେଡ୍‌ ଏଫ୍‌ଏମ୍‌ର ଆର୍‌ଜେ ସ୍ମିତା ପାଣିଗ୍ରାହୀ, ସେଲ୍‌ଫିସ୍‌ ଦିଲ୍‌ର ଅଭିନେତା ଶ୍ରେୟାନ, ଅଭିନେତ୍ରୀ ସୁରମୟୀ, ଚିର୍‌କୁଟ୍‌ର ଅଭିନେତା ଅରୋଜିତ, ଅଭିନେତ୍ରୀ ଅନନ୍ୟା, ଫେସନ୍‌ ଡିଜାଇନର୍‌ ଅର୍ଚିତା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ପୁରବି ଇଣ୍ଡଷ୍ଟ୍ରିଜ୍‌ର ନିର୍ଦେଶକ ଅମରେଶ ମାଝି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଆମ ଟିଭିର ନିର୍ଦେଶକ ପ୍ରଣୟ ଜେଠୀ ପ୍ରମୁଖ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିଲେ।

ନୃତ୍ୟ ପ୍ରତିଭାର ରଜ ଉତ୍ସବ

ଭୁବନେଶ୍ବର : ନୃତ୍ୟ ପ୍ରତିଭାର ୭ମ ରଜ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରଜନୀ ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଆ ଭ‌ାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ଅନନ୍ତ ନାରାୟଣ ଜେନା, ରୋଟାରିଆନ୍‌ ଦେବାଶିଷ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦିକା ଅଭିନେତ୍ରୀ ପ୍ରତିଭା ପଣ୍ତା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡ଼ିଶୀ ନୃତ୍ୟ ଆଦିତ୍ୟ ଅର୍ଚ୍ଚନା, ନୃତ୍ୟା‌ଭିନୟ ରାଧାରାଣୀ ସଙ୍ଗେ ନାଚେ…, କାହିଁ ଗଲେ ମୁରଲୀ ଫୁଙ୍କା… ଆଦି ପରିବେଷିତ ହୋଇଥିଲା। ଏଥିସହ ରଜ ଗୀତ, ସମ୍ବଲପୁରୀ ନୃତ୍ୟରେ ଦୁଲୁକିଥିଲା ମଞ୍ଚ। ଶିବ ସ୍ତୁତି ଓ ଚଉଷଠୀ ଯୋଗିନୀ ନୃତ୍ୟନାଟିକା ଦର୍ଶକଙ୍କୁ ବିମୋହିତ କରିଥିଲା।

ସମ୍ବନ୍ଧିତ ଖବର