ଭୁବନେଶ୍ୱର: କଳିଙ୍ଗ କଳା ସ୍ଥାପତ୍ୟର ଅନୁପମ ପରିବେଶ ମଧ୍ୟରୁ ସଂଗୀତର ମୂର୍ଚ୍ଛନାକୁ ଉପଭୋଗ କରିବାର ଅବକାଶ ଆଣିଛି ରାଜାରାଣୀ ସଂଗୀତ ଉତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ସଂଗୀତ ସନ୍ଧ୍ୟାର ଆଦ୍ୟ ପ୍ରସ୍ତୁତି ଥିଲା ରମେଶ ଚନ୍ଦ୍ର ଦାସଙ୍କ ବେହେଲା ଓ ଶ୍ରୀନିବାସ ଶତପଥୀଙ୍କୁ ବଂଶୀର ଯୁଗଳବନ୍ଦୀ। ବେହେଲା ସାଙ୍ଗକୁ ବଂଶୀର ସ୍ୱରର ଯୁଗଳବନ୍ଦୀ ସ୍ଥାପତ୍ୟପୂର୍ଣ୍ଣ ଶାନ୍ତ ପରିବେଶରେ ଖୁବ୍ ଉପଭୋଗ୍ୟ ହୋଇଥିଲା। ସନ୍ଧ୍ୟାର ଦ୍ୱିତୀୟ ସ୍ତବକରେ କର୍ଣ୍ଣାଟକୀ ସଂଗୀତର ବିଶିଷ୍ଟ କଣ୍ଠଶିଳ୍ପୀ ସଂଜୟ ସୁବ୍ରମଣ୍ୟମ୍ଙ୍କ ଶାସ୍ତ୍ରୀୟ ରାଗ ସହ ଜୟଦେବଙ୍କ ଗୀତଗୋବିନ୍ଦ ଶ୍ରୋତାଙ୍କୁ ବିଭୋର କରିଥିଲା। ତାଙ୍କୁ ଯନ୍ତ୍ରାଂଶରେ ଏସ୍ ଭରଦରାଜନ୍, ବି ଭେଙ୍କଟେସ୍ ଏବଂ ଟି ରାଜଗନେଶ ସହଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଡ.ନିତିନ ଭାନୁଦାସ ଜଓ୍ଵାଲେ, ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ
ରାମହରି ଦାସ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ଡ.ବିଜୟ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଡ.ସଂଗୀତା ଗୋସାଇଁ ଏବଂ ଡ.ଭିଦୁଲା ରାମଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଭାଗୀୟ ସହ ନିର୍ଦେଶକ ଡ.ସୁନିଲ କୁମାର ପଟ୍ଟନାୟକ, ସରୋଜ କୁମାର ଜେନା, ପ୍ରତାପଦେବ ରାଜ ଏବଂ ରତିକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶବ୍ଦ ସଂଯୋଜନା ତାରାକାନ୍ତ ପଣ୍ଡା କରିଥିବା ବେଳେ ଜୟଦେବ ଜେନା ଆଲୋକ ସମ୍ପାଦନା କରିଥିଲେ।
ଆରମ୍ଭ ହେଲା ରାଜାରାଣୀ ସଂଗୀତ ଉତ୍ସବ : ଗୀତଗୋବିନ୍ଦରେ ବିଭୋର
/sambad/media/post_attachments/wp-content/uploads/2018/01/m14-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)