ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ରଜ ସୁନ୍ଦରୀ-୨୦୧୯ ଗ୍ରାଣ୍ଡ ଫିନାଲେ ଆଜି

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ତଥା ଗଣପର୍ବ ରଜକୁ ଧୁମ୍‌ଧାମ୍‌ରେ ପାଳନ କରୁଛି ଲାଲଚାନ୍ଦ ଜୁଏଲର୍ସ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଜୁଏଲର୍ସ ସମ୍ମୁଖରେ ଦୋଳି ପଡ଼ିଥିବା ବେଳେ ଗ୍ରାହକଙ୍କୁ ପାନ ମଧ୍ୟ ଦିଆଯାଉଛି। ଏଥିସହ ଗତ ୧୨ ତାରିଖଠାରୁ ପ୍ରତିଦିନ କୁଇଜ୍‌ ପ୍ରତିଯୋଗିତା କରି ୫ ଜଣ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଉଛି। ଏହା ଆସନ୍ତା ରବିବାର ଯାଏଁ ଚାଲିବ। ଏଥିସହ ‌ଲାଲ୍‌ଚାନ୍ଦ ଜୁଏଲର୍ସ ଓ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆୟୋଜିତ ରଜ ସୁନ୍ଦରୀ-୨୦୧୯ର ଗ୍ରାଣ୍ଡ ଫିନାଲେ ଆସନ୍ତାକାଲି ଅନୁଷ୍ଠିତ ହେବ। ନିଜର ଷ୍ଟାଇଲିଷ୍ଟ୍‌ ଫଟୋକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ କରି ରେଡିଓ ଚକ୍‌ଲେଟ୍ ବା ଲାଲ୍‌ଚାନ୍ଦ ଜୁଏଲର୍ସ ଫେସ୍‌ବୁକ୍‌ ପୃଷ୍ଠାକୁ ଟ୍ୟାଗ୍‌ କରିଥିବା ସୁନ୍ଦରୀମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀ ଦ୍ବାରା ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ‘ରଜ ସୁନ୍ଦରୀ-୨୦୧୯’ ଟାଇଟଲ୍‌ ସହ କ୍ରାଉନ୍‌ ପ୍ରଦାନ କରାଯିବ ବୋଲି ଜୁଏଲର୍ସର ନିର୍ଦ୍ଦେଶକ କିସନଲାଲ୍‌ ଗୁପ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର