ଶିଶୁ କଳାକାରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ରାଜଧାନୀ କଳା ନିକେତନର ବାର୍ଷିକ ଉତ୍ସବ

ଭୁବନେଶ୍ୱର : କୁନି କୁନି କଳାକାରଙ୍କ ସୁରିଲା କଣ୍ଠରେ ଶୁଣିବାକୁ ମିଳିଥିଲା ମନଛୁଅାଁ ଅଭୁଲା ଓଡ଼ିଆ ଗୀତ। ଗୀତିକାର ମନୋରଞ୍ଜନ ମହାପାତ୍ରଙ୍କ ଗୀତକୁ ବେଶ ଚମତ୍କାର ଢଙ୍ଗରେ ଅନୁଷ୍ଠାନର କୁନି ଶିଳ୍ପୀଗଣ ନିଜ କଣ୍ଠରେ ଉତାରି ଥିଲେ। ଅବସର ଥିଲା ଜୟଦେବ ଭବନରେ ରାଜଧାନୀ କଳା ନିକେତନର ବାର୍ଷିକ ଉତ୍ସବରେ ଶିଶିର ମହୋତ୍ସବ।

କାର୍ଯ୍ୟକ୍ରମରେ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ବିବେକାନନ୍ଦ ବିଶ୍ୱାଳ, କେନ୍ଦ୍ରାପଡ଼ା ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ, କର୍ପୋରେଟର ନିଖିଳ କୁମାର ବଳବନ୍ତରାୟ ଓ ଗୁରୁ ରାମହରି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ସଙ୍ଗୀତଜ୍ଞ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଯୁବ ପ୍ରତିଭା ସମ୍ମାନ ଏବଂ ସମାଜସେବୀ ମନୋରଞ୍ଜନ ମହାପାତ୍ରଙ୍କୁ ରାଜଧାନୀ ସେବା ସମ୍ମାନ ୨୦୧୭ ପ୍ରଦାନ କରାଯାଇଥିଲା। ପୁଣ୍ୟ ଉତ୍କଳର ଉପାଧ୍ୟକ୍ଷ ଲେଲିନ୍‌ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ବୀରବର ଜେନାଙ୍କ ସଂଯୋଜନାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଲଳିତ, ରୁବି, ଦିବ୍ୟାନି, କୀର୍ତି, ପବିତ୍ର, ବିଭବ, ଦୀପକ, କୃଷ୍ଣ, ପଙ୍କଜ, ରୋଜାଲିନ, ପଦ୍ମିନୀ, ତେଜସ୍ୱିନୀ, ଶାରଳା, ଲକି, ସୁହାନି ଓ ସାଇସ୍ମିତା ପ୍ରମୁଖ ଶିଶୁ କଣ୍ଠଶିଳ୍ପୀ ଗୀତ ଗାଇଥିଲେ। ଶେଷରେ ଅନୁଷ୍ଠାନର ନୃତ୍ୟଗୁରୁ ବବ୍‌ଲୁଙ୍କ ନିର୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର