ରାଜଲକ୍ଷ୍ମୀ ମିସେସ୍ ଇଣ୍ଡିଆ ଡିଭାଇନ୍ ବିଉଟି

ଭୁବନେଶ୍ବର: ମିସନ ଡ୍ରିମ୍‌ ଆନୁକୂଲ୍ୟରେ ଆୟୋଜିତ ମିସେସ୍‌ ଇଣ୍ଡିଆ ଭର୍ଚୁଆଲ୍‌ ବିଉଟି ପିଜାଣ୍ଟ ପ୍ରତିଯୋଗିତାରେ ରାଜଲକ୍ଷ୍ମୀ ମିସେସ୍ ଡିଭାଇନ୍ ବିୟୁଟି ବିଜୟିନୀ ହୋଇ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଶ୍ରୀମତୀ ବେହେରାଙ୍କୁ ଏହି ବିଜୟ ପାଇଁ କ୍ରାଉନ୍‌ ଏବଂ ମାନପତ୍ର ପ୍ରଦାନ କରାଯାଇଛି। ଜାତୀୟସ୍ତରର ପ୍ଲାଟଫର୍ମଗୁଡିକ ବିବାହିତା ମହିଳାଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତାର ପ୍ରଦର୍ଶନ କରିବାରେ ନୂତନ ସୁଯୋଗ ପ୍ରଦାନ କରୁଛି। ୬ ବର୍ଷ ସନ୍ତାନର ଜନନୀ ରାଜଲକ୍ଷ୍ମୀ କହିଥିଲେ ଯେ ଜଣେ ନାରୀର ଭୂମିକା କେବଳ ସନ୍ତାନର ଲାଳନ ପାଳନ କରିବାରେ ସୀମିତ ନୁହେଁ, ବରଂ ସେ ଜୀବନରେ ଏକାଧିକ ଭୂମିକା ନିର୍ବାହ କରିପାରେ। ଅନେକ ସମୟରେ ନାରୀ ନିଜର ପାରଦର୍ଶିତାକୁ ଠିକ ସମୟରେ ପ୍ରଦର୍ଶନ କରିବାରେ ବିଫଳ ହୋଇଥାଏ ଏବଂ ସେ ମଧ୍ୟ ଏଥିରୁ ବାଦ୍‌ ପଡି ନଥିଲେ। ରାଜଲକ୍ଷ୍ମୀଙ୍କର ମଡେଲ ହେବାକୁ ଇଚ୍ଛା ଥିଲେ ମଧ୍ୟ ସେ ବ୍ୟାଙ୍କର ହୋଇଯାଇଥିଲେ। ମିସେସ୍ ଡିଭାଇନ୍‌ ବିଉଟି ଟାଇଟଲ ଜିତିଲା ପରେ ସେ ତାଙ୍କର ସ୍ବପ୍ନକୁ ସାକାର କରିପାରିଛନ୍ତି। ଏଥିପାଇଁ ସେ ମିସନ୍‌ ତ୍ରିମ୍‌ସକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଟାଇଟଲ ଜିତିବା ପରେ ତାଙ୍କ ଭିତରେ ଅଧିକ ଆତ୍ମବିଶ୍ବାସ ସୃଷ୍ଟି ହୋଇଥିବା ସହ ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତ୍ୟେକ ନାରୀ ସଫଳତାର ସ୍ବାଦ ଚାଖି ପାରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର