କଂସାରି ସମାଜ ଉନ୍ନୟନ ପରିଷଦର ରଜତ ଜୟନ୍ତୀ ସମାରୋହ

ପୁରୁଣା ଭୁବନେଶ୍ବର: କଂସାରି ସମାଜ ଉନ୍ନୟନ ପରିଷଦର ରଜତ ଜୟନ୍ତୀ ସମାରୋହ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ, କୃଷି ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଏହି ଅବସରରେ କହିଥିଲେ ଯେ ମୁଁ କଂସାରିମାନଙ୍କ ସମସ୍ୟାକୁ ନିକଟରୁ ଉପଲବ୍ଧି କରିଛି। ତେଣୁ କଂସାରି ସମାଜ ଯେଭଳି ସୁବିଧାରେ କଞ୍ଚାମାଲ ପାଇପାରିବ ଏବଂ ଏହି ଶିଳ୍ପରୁ ଜିଏସ୍‌ଟି ହ୍ରାସ ହୋଇପାରିବ ସେଦିଗରେ ଉଦ୍ୟମ କରିବି ବୋଲି କହିଥିଲେ। ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସାମନ୍ତବାଦୀ ବ୍ୟବସ୍ଥା ବିରୋଧରେ ସଂଗ୍ରାମ କରିବାରେ କଂସାରି ସମାଜ ଆଗୁସାର ଥିଲେ। ଏ ସମାଜକୁ ସମୃଦ୍ଧ କରିବାକୁ ହେଲେ, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ପରିଷଦର ସଭାପତି ଡ. କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ରଜତ ଜୟନ୍ତୀ ବିଶେଷାଙ୍କ ‘କଂସୁପ୍‌’ ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ସୁଦର୍ଶନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ସଭ୍ୟ ନିରାକାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଭୟ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ପାକ, ଝୋଟି, ଚିତ୍ରକଳା, ପ୍ରବନ୍ଧ, ସାଧାରଣ ଜ୍ଞାନର କୃତି ପ୍ରତିଯୋଗୀଙ୍କୁ ଓ ସଭ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର