ଭୁବନେଶ୍ୱର : ଓଡ଼ିଶା ରାଜବୀ ଗାନ୍ଧୀ ଛାତ୍ର ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ୍ର ମିଳିତ ଆନୁକୂଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୪ତମ ଜୟନ୍ତୀ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜୀବ ଗାନ୍ଧୀ ଛାତ୍ର ପ୍ରତିଭା ପୁରସ୍କାର ଓ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜୀବ ଗାନ୍ଧୀଙ୍କୁ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଏବଂ ଉଦାର ମାନବବାଦୀ ମଣିଷ ଭାବେ ଚିତ୍ରଣ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ କହିଲେ, ରାଜୀବ ଗାନ୍ଧୀଙ୍କ ‘ମେରା ଭାରତ ମହାନ’ ସ୍ଳୋଗାନ ସାରା ଦେଶରେ ଜାଗରଣ ସୃଷ୍ଟି କରିଥିଲା। ସେ ବିଶ୍ୱସ୍ତରରେ ଜଣେ ବିଚକ୍ଷଣ ରାଜନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ‘ସମାଜ’ର ସୁରେଶ ଚନ୍ଦ୍ର ମନ୍ତ୍ରୀ, ‘ପର୍ଯ୍ୟବେକ୍ଷକ’ର ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଆଦିତ୍ୟ ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଫୋରମ୍ର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ +୩ ପରୀକ୍ଷାରେ ଟପର୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ଛାତ୍ର ପ୍ରତିଭା ପୁରସ୍କାର ଏବଂ ରାଜ୍ୟରେ ୨୦ ଜଣ ଏନ୍ସିସି, ସ୍କାଉଟ୍, ଗାଇଡ୍, ରୋଭର, ୟୁଥ୍ ରେଡ୍କ୍ରସ, ଏନ୍ଏସ୍ଏସ୍ ଶିକ୍ଷକଙ୍କୁ ଶିକ୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା।
ରାଜୀବ ଗାନ୍ଧୀ ଥିଲେ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ
/sambad/media/post_attachments/wp-content/uploads/2018/08/Rajib-Gandhi-jayanti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)