ଟିକେଟ୍ ବିକୁଛନ୍ତି ରାଜକୁମାର

ସିନେମା ଟିକେଟ୍‌ ବିକୁଛନ୍ତି ବଲିଉଡ୍‌ ଅଭିନେତା ରାଜକୁମାର ରାଓ। ଦିଲ୍ଲୀସ୍ଥିତ ପିଭିଆର୍‌ ସିନେମା ହଲ୍‌ର ଟିକେଟ୍‌ କାଉଣ୍ଟର୍‌ରେ ଆଜି ରାଜକୁମାରଙ୍କୁ ଟିକେଟ୍‌ ବିକୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୁହି’ର ପ୍ରମୋସନ୍‌ ପାଇଁ ସେ ଏଭଳି ଅଭିନବ ପନ୍ଥା ଆପଣାଇଥିବା ବେଳେ ତାଙ୍କୁ ଟିକେଟ୍‌ କାଉଣ୍ଟର୍‌ରେ ଦେଖି ତାଙ୍କର ବହୁ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ତ ପ୍ରଶଂସକମାନେ ଟିକେଟ୍‌ ବିକ୍ରେତାଙ୍କୁ ରାଜକୁମାରଙ୍କ ଭଳି ଦେଖାଯାଉଥିବା ଜଣେ ଯୁବକ ବୋଲି ଭାବି ନେଇଥିଲେ। କିନ୍ତୁ ସତ ଜଣାପଡ଼ିବା ପରେ କାଉଣ୍ଟର୍‌ ଆଗରେ ଲୋକ ଓ ଗଣମାଧ୍ୟମର ଭିଡ଼ ଜମି ଯାଇଥିଲା।

ଟିକେଟ୍‌ କିଣିଥିବା ଲୋକମାନେ ମଧ୍ୟ ହଲ୍‌କୁ ନ ଯାଇ ରାଜକୁମାରଙ୍କ ସହ କଥା ହେବା ପାଇଁ ସେଠାରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ। ତେବେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଶେଷରେ ହଲ୍ ମାଲିକଙ୍କୁ ପୁଲିସ୍‌ର ସହାୟତା ନେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ଆଜି ‘ରୁହି’ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର ଟ୍ରେଲର୍‌ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିବାରୁ ଏହା ଭଲ ଆୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର