ଭୁବନେଶ୍ବର: ‘ପିସ୍‌ ଫର ଅଲ୍‌’ ପକ୍ଷରୁ ସତ୍ୟନଗରସ୍ଥିତ ଦୃଷ୍ଟିହୀନ ସଂଘ ପରିସରରେ ୨ଶହ ଦୃଷ୍ଟିବାଧିତ ପିଲାଙ୍କୁ ନେଇ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମକୃଷ୍ଣ ମିସନ୍‌ର ମୁଖ୍ୟ ସ୍ବାମୀ ଆତ୍ମପ୍ରଭାନନ୍ଦଜୀ ମହାରାଜ ମୁଖ୍ୟଅତିଥି, ସତ୍‌ସଙ୍ଗ ବିହାର ମୁଖ୍ୟ ଅଭୟ ପରିଡ଼ା ଓ ମୁଖ୍ୟଯନ୍ତ୍ରୀ ସୂର୍ଯ୍ୟମଣି ଦାସ ସମ୍ମାନିତ ଅତିଥି, ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ସୂର୍ଯ୍ୟକାନ୍ତି ରଣା, ସମ୍ପାଦକ ନବକିଶୋର ସ୍ବାଇଁ, ସଭାପତି ବିଶ୍ବଜିତ୍‌ ରଣା ପ୍ରମୁଖ ବକ୍ତା ଭାବେ ଉପସ୍ଥିତ ଥିଲେ।

Advertisment

ଦୃଷ୍ଟିବାଧିତ ପିଲାଙ୍କ ହାତରେ ଅତିଥିମାନେ ରାକ୍ଷୀ ବାନ୍ଧିବା ସହ ୨ଶହଟି ଉପହାର କିଟ୍‌ ପ୍ରଦାନ କରିଥିଲେ। ପୁରୀ ମୁକ୍ତିମଣ୍ଡପର ପଣ୍ଡିତ ଜଗନ୍ନାଥ ଦାଶ ପିଲାମାନଙ୍କୁ ଆଶୀର୍ବାଦ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ବେହେରା‌, ସୌଭାଗ୍ୟ ଜେନା, ଗନ୍ଧର୍ବ ବିଶ୍ବାଳ, ସୀତାରାମ ଦାସ, ଲକ୍ଷ୍ମୀକାନ୍ତ ସାହୁ, ଲିଙ୍କନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।