ରଶ୍ମିଙ୍କ ବାଇକ୍‌ ଶୋଭାଯାତ୍ରା, ବାବୁଙ୍କ ପଦଯାତ୍ରା

ବିଜେପିରେ ମିଶିଲେ ଶତାଧିକ ମହିଳା

ପୁରୁଣା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ପାଇଁ ଏକାମ୍ରରେ ହାଇ ଭୋଲ୍‌ଟେଜ୍ ରୋଡ୍‌ ସୋ’ କରିଥିଲା ବେଳେ ବିଜେପି ଓ କଂଗ୍ରେସ ବି ପ୍ରଚାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ।

ଏକାମ୍ରରେ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିବା ପରେ ଆଜି ଏକ ବାଇକ୍‌ ଶୋଭାଯାତ୍ରାରେ ପ୍ରଚାର କରିଥିଲେ। ଶତାବ୍ଦୀ ନଗରଠାରୁ ଶୋଭାଯାତ୍ରା ବାହାରି ସୌଭାଗ୍ୟ ନଗର ଫେଜ୍-୧, ଫେଜ୍-୨, ରବୀନ୍ଦ୍ର ଗାର୍ଡେନ, ରତ୍ନା ଭିଲ୍ଲା ଅଚଂଳ, ଫ୍ରେଣ୍ଡସ୍‌ କଲୋନି, ବରମୁଣ୍ଡା ଫାୟାରଷ୍ଟେସନ୍ ଛକ, ଶିରିପୁର ଆଦି ଅଞ୍ଚଳ ପରିକ୍ରମା କରିଥିଲା। ଶ୍ରୀମତୀ ମହାପାତ୍ର ଏହି ଅବସରରେ କହିଥିଲେ ଯେ କଂଗ୍ରେସ ଥିବା ସମୟରେ ଦେଶ ଓ ଅଂଚଳରେ ପ୍ରଗତି ହୋଇଛି। ପୁଣି କଂଗ୍ରେସ ଆସିଲେ ପ୍ରଗିତ ହେବ।

ସେହିପରି ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜୟ ହେଲେ ଏକାମ୍ର ଅଞ୍ଚଳର ସ୍ଥାନୀୟ ସମସ୍ୟାଗୁଡ଼ିକୁ ଯଥା ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ପ୍ରଚାର କାର୍ଯ୍ୟ ଜୋର୍‌ଦାର୍ କରିଛନ୍ତି। ଶ୍ରୀ ସିଂହ ଆଜି ପଦଯାତ୍ରା ମାଧ୍ୟମରେ ବରମୁଣ୍ଡା ଗ୍ରାମ ଓ ଆଖପାଖ ବସ୍ତି ଯାଇଥିଲେ। ସେହିପରି ରୋଡ଼ ‌ସୋ ମାଧ୍ୟମରେ ଡୁମୁଡୁମା, ଯଦୁପୁର, ରଘୁନାଥ ନଗର ଆଦି ଅଞ୍ଚଳରେ ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ।

ବିଜେପିରେ ମିଶିଲେ ଶତାଧିକ ମହିଳା

ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ତଳୀର ଶତାଧିକ ମହିଳା ଆଜି ବିଜେପିରେ ମିଶିଛନ୍ତି। ମଧ୍ୟ ନିର୍ବାଚନମଣ୍ତଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ସେମାନଙ୍କୁ ପୁଷ୍ପଗୁଚ୍ଛ ସହ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ଚଇନିକା ନାୟକ, ଲିତାଲି ଜେନା, ସୁଲତାନା ବିବି, ମିଲନ୍‌ ବିବିଙ୍କ ନେତୃତ୍ବରେ ୟୁନିଟ୍‌ – ୭, ଝାରପଡ଼ା ଅଞ୍ଚଳର ଶତାଧିକ ମହିଳା ବିଜେପିରେ ମିଶିଛନ୍ତି। ଏହି ଯୋଗଦାନ ଦ୍ବାରା ଭୁବନେଶ୍ବର ମଧ୍ୟରେ ବିଜେପି ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର