ରମା‌ଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ମେଧା ତାଲିକା ପ୍ରକାଶ : ୨୧ରୁ ୨୫ ପର୍ଯ୍ୟନ୍ତ ନାମଲେଖା

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମର ନାମଲେଖା ପାଇଁ ମେରିଟ୍‌ ଲିଷ୍ଟ(ମେଧା ତାଲିକା) ତଥା କଟ୍‌ ଅଫ୍‌ ମାର୍କ ଲିଷ୍ଟ ଆଜି ପ୍ରକାଶ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ଯୋଗ୍ୟବିବେଚିତ ଛାତ୍ରୀଙ୍କ ନାମଲେଖା ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ବାଣିଜ୍ୟ ବିଭାଗ ଛାତ୍ରୀଙ୍କ ପାଇଁ ୨୧ ତାରିଖରେ ରିପୋର୍ଟିଂ ହେବାକୁ ଥିବା ବେଳେ ବିଜ୍ଞାନ ବିଭାଗ ପାଇଁ ୨୨ରେ, କଳା ବିଭାଗର ଅର୍ଥନୀତି, ଶିକ୍ଷା, ଇଂରାଜୀ, ଇତିହାସ ବିଷୟ ପାଇଁ ୨୩ ତାରିଖରେ, ହିନ୍ଦୀ, ଗୃହ ବିଜ୍ଞାନ, ଗଣିତ, ଦର୍ଶନଶାସ୍ତ୍ର, ସମାଜବିଜ୍ଞାନ, ମନୋବିଜ୍ଞାନ ବିଷୟ ଲାଗି ୨୪ ତାରିଖରେ ଓ ଓଡ଼ିଆ, ରାଜନୀତି ବିଜ୍ଞାନ, ସଂସ୍କୃତ, ପରିସଂଖ୍ୟାନ ବିଷୟ‌ରେ ନାମଲେଖା ପାଇଁ ଯୋଗ୍ୟ ଛାତ୍ରୀମାନେ ୨୫ତାରିଖ‌ରେ ରିପୋର୍ଟିଂ କରିବାକୁ କୁହାଯାଇଛି। ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍‌ଣ ସାଢ଼େ ୨ଟା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରୀମାନେ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ସହ ନାମଲେଖା ଫି’ ଓ ଇଣ୍ଟିମେସନ୍‌ ଲେଟର୍‌ରେ ଉଲ୍ଲେଖ ହୋଇଥିବା ଅନ୍ୟାନ୍ୟ ଫି’ ସାଙ୍ଗରେ ଆଣି ଆସିବାକୁ ପରାମର୍ଶ ଦିଆଯାଇଛି।

୨୦୨୦-୨୧ ଶିକ୍ଷାବର୍ଷ ପାଇଁ ବିଜ୍ଞାନ ବିଭାଗରେ ସାଧାରଣ ବର୍ଗ(ଜେନେରାଲ) ଛାତ୍ରୀଙ୍କ କଟ୍‌ ଅଫ୍‌ ମାର୍କ ପଦାର୍ଥ ବିଜ୍ଞାନରେ ୮୭.୬୭ ପ୍ରତିଶତ ଥିବା ବେଳେ ରସାୟନ ବିଜ୍ଞାନରେ ୮୯.୫, ଗଣିତରେ ୮୫.୬୭, ଉଦ୍ଭିଦ ବିଜ୍ଞାନରେ ୮୬.୬୭, ପ୍ରାଣୀ ବିଜ୍ଞାନରେ ୮୯.୬, କମ୍ପ୍ୟୁଟର ସାଇନ୍ସରେ ୮୪.୬୭, ବାୟୋ-ଟେକ୍ନୋଲୋଜିରେ ୮୫.୮୩, ପରିସଂଖ୍ୟାନରେ ୮୩.୫% ରହିଛି। ବାଣିଜ୍ୟ ବିଭାଗରେ ସାଧାରଣବର୍ଗ ଛାତ୍ରୀଙ୍କ କଟ୍‌ ଅଫ୍‌ ମାର୍କ ୮୦% ଥିବା ବେଳେ ଏସ୍‌ସି ବର୍ଗଙ୍କ ପାଇଁ ୪୧.୧୭ ଓ ଏସ୍‌ଟି ବର୍ଗର ୩୬.୫% ରହିଛି।

କଳା ବିଭାଗର ଅର୍ଥନୀତିରେ ସାଧାରଣ ବର୍ଗ ଛାତ୍ରୀଙ୍କ କଟ୍‌ ଅଫ୍‌ ମାର୍କ ୭୯.୮୩ ପ୍ରତିଶତ ରହିଥିବା ବେଳେ ଶିକ୍ଷାରେ ୭୨.୩୩, ଇଂରାଜୀରେ ୮୩.୩୩, ରାଜନୀତି ବିଜ୍ଞାନରେ ୭୮.୧୭, ଓଡ଼ିଆରେ ୭୧.୩୩, ମନୋବିଜ୍ଞାନରେ ୮୦.୬୭, ସମାଜ ବିଜ୍ଞାନରେ ୭୯.୬୭, ଦର୍ଶନଶାସ୍ତ୍ରରେ ୭୧.୨, ହିନ୍ଦୀରେ ୭୨.୬୭, ଗୃହ ବିଜ୍ଞାନରେ ୬୯.୩୩, ଇତିହାସରେ ୭୩.୪, ସଂସ୍କୃତିରେ ୬୪.୬୭, ପରିସଂଖ୍ୟାନରେ ୬୮.୬ ଓ ଗଣିତରେ ୬୨.୫ କଟ୍‌ ଅଫ୍‌ ମାର୍କ ରହିଛି। ତିନିଟି ଯାକ ବିଭାଗ‌ରେ ନାମଲେଖା ଲାଗି ପ୍ରାୟ ୯୨୦ ଜଣ ଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର