ଭୁବନେଶ୍ବର: ଦୀର୍ଘ ଦିନ ହେଲା ଗୌତମନଗର ଅଞ୍ଚଳରେ ଆତଙ୍କ ଖେଳାଉଥିବା କୁଖ୍ୟାତ ରାମା ରାଓର ତିନି ସହଯୋଗୀକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ପୁନାମା ଗେଟ୍ ବସ୍ତିର ସତ୍ୟସାଗର ପ୍ରଧାନ ଓରଫ ବାବୁ, ସନାତନ ପରିଡ଼ା ଓରଫ୍ ସନା ଓ ଜିତେନ୍ଦ୍ର କାଣ୍ଡି। ସେମାନଙ୍କଠାରୁ ମାରଣାସ୍ତ୍ର ଓ ବାଇକ୍ ଜବତ କରାଯାଇଛି। ଜିତେନ୍ଦ୍ରର କରୋନା ପଜିଟିଭ୍ ବାହାରିବା ପରେ ତାକୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣଙ୍କୁ କୋର୍ଟଚାଲାଣ କରିଛି ପୁଲିସ।
ପୁଲିସ ସୂଚନା ଅନୁସାରେ, ରାମା ରାଓ ସହ ମିଶି ଏମାନେ ଗୌତମନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି କରନ୍ତି। ଗତ ଜୁନ୍ ମାସରେ ଗୌତମନଗର ଅଞ୍ଚଳରେ ରାମା ରାଓ ଏବଂ ତା’ ସହଯୋଗୀମାନେ ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କ ଅଟୋକୁ ହାଣିବା ସହ ମାରଣାସ୍ତ୍ର ଧରି ରାସ୍ତାରେ ଆତଙ୍କ ଖେଳାଇଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର୍ ଥିଲେ। ମାମୁ, ଭଣଜାକୁ ହାଣିବା ଘଟଣାରେ ଗତକାଲି ରାମା ରାଓ ଗିରଫ ହୋଇଥିଲା।
କୁଖ୍ୟାତ ରାମା ରାଓର ତିନି ସହଯୋଗୀ ଗିରଫ, ଜଣଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର
ବାଇକ୍, ମାରଣାସ୍ତ୍ର ଜବତ, ଗୌତମନଗରରେ ଆତଙ୍କ ଖେଳାଇଥିଲେ
/sambad/media/post_attachments/wp-content/uploads/2020/09/fh7987hs98fshsfhhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)