ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ ହୋଇଥିବା ଏକ ଅଡିଟୋରିୟମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧୭ କୋଟିର ବ୍ୟୟ ଅଟକଳରେ ଏହି ଅଡିଟୋରିୟମଟି ସମ୍ପୂର୍ଣ୍ଣ କରାଯାଇଥିବାବେଳେ ଏଠାରେ ୧୦୦୦ ଜଣ ଛାତ୍ରୀଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଡିଟୋରିୟମରେ ମନୋରଞ୍ଜନ କାର୍ଯ୍ୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ଅତ୍ୟାଧୁନିକ ସୁବିଧା ରହିଛି।
୨ୟ ସମାଵର୍ତନ ଉତ୍ସବ କାର୍ଯ୍ୟକ୍ରମରେ ଆସନ୍ତା ୧୦ ତାରିଖ ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ନିଜ କଲେଜ ରମାଦେବୀ ବିଶ୍ଵବିଦ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଆସୁଥିବାରୁ ଏହି ଅଡିଟୋରିୟମରେ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଉଛି। ତେଣୁ ଆଜି ମୁଖ୍ୟମନ୍ତ୍ରୀ ଏହି ଅଡିଟୋରିୟମକୁ ଉଦଘାଟନ କରିଥିବାବେଳେ ଆଗାମୀ ଦିନରେ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ରହିଥିବାରୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି | ଉଦଘାଟନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ମେୟର ସୁଲୋଚନା ଦାସ, ଭୁବନେଶ୍ବର ମଧ୍ୟବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/99a53880-365e-4ea7-a920-8a7436889590.jpg)