ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ଫଳ ପ୍ରକାଶକୁ ନେଇ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇତି ମଧ୍ୟରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୬ଟି କଲେଜର ରେଜଲ୍ଟ ବାହାରିପାରି ନାହିଁ। କେଉଁ କାରଣ ପାଇଁ ଏଭଳି ବିଳମ୍ବ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରୀ ଓ ଅଭିଭାବକ। ଇତି ମଧ୍ୟରେ ଉତ୍କଳ ସମେତ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଫଳ ପ୍ରକାଶ ପାଇବା ସହ ପିଜି ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟ ବାହାରେ ଉଚ୍ଚଶିକ୍ଷା ପାଇଁ ଆବେଦନ ବି କଲେଣି। ହେଲେ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ କେତେକ ଯୁକ୍ତ୩ କଲେଜ କର୍ତୃପକ୍ଷ ବି ପ୍ରଶ୍ନ ଉଠାଇଛନ୍ତି। ପିଲାଙ୍କ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟ ଅଧିକାରୀ ଖେଳୁଛନ୍ତି ବୋଲି ସେମାନେ କହିଛନ୍ତି। ମେ’ ଶେଷ ସୁଦ୍ଧା ଅଧିକାଂଶ ବିଶ୍ୱବିଦ୍ୟାଳୟର ଫଳ ବାହାରି ସାରିଥିବାରୁ ସେଠାକାର ପିଲାମାନେ ଉଚ୍ଚଶିକ୍ଷା ପାଇଁ ଗଲେଣି। ରେଜଲ୍ଟ ବାହାରିବା ବିଳମ୍ବ ହେବା ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ସରିଯାଇଥିବ। ହଜାର ହଜାର ଛାତ୍ରୀ ନାମ ଲେଖାଇବାକୁ ବଞ୍ଚିତ ହେବେ। ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ ନାହିଁ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଯୁକ୍ତ୩ ଶେଷ ବର୍ଷ ଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ କଲେଜଗୁଡ଼ିକ ଦାବି କରିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଥର ଲାଗି ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ୩ ଶେଷ ବର୍ଷ ଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ତେଣୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି। ବିଶ୍ୱବିଦ୍ୟାଳୟରେ କର୍ମଚାରୀ ଅଭାବ ମଧ୍ୟ ଆଉ ଏକ ସମସ୍ୟା। ଯେଉଁଥିପାଇଁ ଠିକ୍ ସମୟରେ ଫଳ ବାହାରିପାରି ନାହିଁ। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ୍ କର କହିଛନ୍ତି ଯେ ପରୀକ୍ଷା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନିଆଯାଉଛି।
ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ରେଜଲ୍ଟ ବାହାରୁନି
ଛାତ୍ରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ
/sambad/media/post_attachments/wp-content/uploads/2018/02/ramadevi-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)