ରମାଦେବୀ ଦର୍ଶନ ବିଭାଗରେ ଆଲୋଚନାଚକ୍ର

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ବସନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପୂର୍ବତନ ମୁଖ୍ୟ ଡ. ଜୟନ୍ତୀ ଜଗଦ୍ଦେବ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଷୟବସ୍ତୁ ଉପରେ ବିଷଦ ଆଲୋଚନା କରିଥିଲେ। ଆଲୋଚନା ପ୍ରସଙ୍ଗରେ ସାମାଜିକ ନୈତିକ ଚରିତ୍ରର ଅଧୋଗତି ପାଇଁ ନିଜେ ସଜାଗ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ମତ ପ୍ରକାଶ ପାଇଥିଲା। ଆଲୋଚନାରେ ବହୁ ସଂଖ୍ୟାରେ ଛାତ୍ରୀ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଶେଷରେ ଛାତ୍ରୀ ଶୁଭଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର