ସାହିତ୍ୟିକ ରମାକାନ୍ତ ରଥ ଓ ଧାବିକା ଦୂତୀ ଚାନ୍ଦ ପାଇବେ ‘ଲିଭିଙ୍ଗଲିଜେଣ୍ଡ ପୁରସ୍କାର’

୧୬ରେ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର: ଚଳିତ ମାସ ୧୬ ତାରିଖରେ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସମାରୋହରେ ଡଃ ସ୍ୱରୂପ ରଞ୍ଜନ ମିଶ୍ର, ଧାବିକା ଦୂତୀ ଚାନ୍ଦ, ମାସାକୋଓନୋ, ମିତ୍ରଭାନୁ ଗୌନ୍ତିଆ, ମହମ୍ମଦ ଜମିଉଲ୍ଲା, ଦୈତାରୀ ନାୟକ, ଶାନ୍ତନୁ ମିଶ୍ର, ନାଗପୁରୀ ରମେଶ ଏବଂ ଜେକେ ମହାନ୍ତିଙ୍କୁ ୮ମ ଓଡ଼ିଶା ଲିଭିଙ୍ଗଲିଜେଣ୍ଡ ପୁରସ୍କାର ୨୦୧୮ ରେ ସମ୍ମାନିତ କରାଯିବ। ‘ଅକ୍ଷୟ ପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସଙ୍କୁ ପ୍ରଥମ ଜାତୀୟ ଲିଭିଙ୍ଗଲିଜେଣ୍ଡ ପୁରସ୍କାର ୨୦୧୮ ରେ ପୁରସ୍କୃତ କରାଯିବ।

ଓଡ଼ିଶା ଡାଏରୀର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ବିତରଣ ଉତ୍ସବ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ଦିଆଯିବ।

ଦାନ, ପରୋପକାର, ଯୋଜନାତ୍ମକ ସିଏସ୍‌ଆର ସମାଜ ବିକାଶ ତଥା ସଶକ୍ତିକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିପାରିବେ ଆଧୁନିକ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ସାହିତ୍ୟ, ପ୍ରତିଷ୍ଠିତ ସିନେମା ନିର୍ଦ୍ଦେଶକ ଏବଂ ସଂଳାପ ଲେଖକ ପଦ୍ମଶ୍ରୀ ଶିଶିର ମିଶ୍ରଙ୍କୁ ସିନେମା ଜଗତ, କେନିଆ ସଂସଦର ସାଂସଦ ଡଃସ୍ୱରୂପ ରଂଜନ ମିଶ୍ରଙ୍କୁ ଲୋକନୀତି, ସ୍ମାଇଲ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଶାନ୍ତନୁ ମିଶ୍ରଙ୍କୁ ସମାଜ ସେବା କ୍ଷେତ୍ର, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ନିମନ୍ତେ ପଥପ୍ରଦର୍ଶକ ଶ୍ରୀବୁଦ୍ଧଦେବ ମେହେର, ମାଉଣ୍ଟେନମ୍ୟାନ ଦୈତାରୀ ନାଏକଙ୍କୁ ସମାଜସେବା, ଗିତୀକାର ଶ୍ରୀମିତ୍ରଭାନୁ ଗୌନ୍ତିଆଙ୍କୁ ପ୍ରସିଦ୍ଧ ଗୀତରଙ୍ଗବତୀ ପାଇଁ, ଓଡ଼ିଶାର ଜାପାନୀ ଓଡ଼ିଶୀ ନୃତ୍ୟଶିଳ୍ପୀ ମସାକୋ ଓ ନୋଙ୍କୁକଳା ଓ ସଂସ୍କୃତି ଏବଂ ଅଲମ୍ପିଆନ୍‌ ତଥା ଆନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦଙ୍କୁ ଖେଳ, କିମ୍ବଦନ୍ତୀ ପ୍ରଶିକ୍ଷକ ନାଗପୁରୀ ରମେଶଙ୍କୁ କ୍ରୀଡ଼ା କ୍ଷେତ୍ରରେ, ହୋଟେଲ ଏବଂ ଆତିଥ୍ୟ ପାଇଁ ଶ୍ରୀ ଜେକେ ମହାନ୍ତିିଙ୍କୁ ଉଦ୍ୟୋଗ ଶିଳ୍ପ କ୍ଷେତ୍ରରେ, ମହମ୍ମଦ ଜମ୍ମିଉଲ୍ଲାଙ୍କୁ ଏହି ଓଡ଼ିଶା ଲିଭିଙ୍ଗଲିଜେଣ୍ଡ ଆୱାର୍ଡ଼ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର