ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ କସ୍ତୁରବା ପଡ଼ିଆରେ ଆୟୋଜିତ ରାମଲୀଳା ଜମିଲା

ଭୁବନେଶ୍ୱର : ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ କସ୍ତୁରବା ପଡ଼ିଆରେ ରାମଲୀଳା ଆରମ୍ଭ ହୋଇଯାଇଛି। ବାରଙ୍ଗ ମଧୁପୁରର ଶ୍ରୀଶ୍ରୀ ସୀତାକାନ୍ତ ରାମଲୀଳା ସମିତିର କଳାକାରଙ୍କ ଦ୍ବାରା ନାଟକ ମଂଚସ୍ଥ ହେଉଛି। ଗତକାଲି ହେମ ହରିଣୀ ମଂଚସ୍ଥ ହୋଇଥିଲା। ନୂଆପଲ୍ଲୀ ଦୁର୍ଗାପୂଜା ସମିତି ଉପଦେଷ୍ଟା ନବକିଶୋର ବେହେରାଙ୍କ ତତ୍ୱବାଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ବାବା ନରୋତ୍ତମ ଦାସ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିସିପି ପ୍ରଶାନ୍ତ କୁମାର ପଟ୍ଟନାୟକ, ଏସିପି ଅନିଲ କୁମାର ମିଶ୍ର, ନୁଆପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ଅରୁଣ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଦୁର୍ଗାପୂଜା ସମିତି ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ, ପ୍ରକାଶ ବେହେରା, ସନାତନ ବେହେରା, ଲକ୍ଷ୍ମଣ ବେହେରା, କାହ୍ନୁଚରଣ ମହାକୁଡ଼ ପ୍ରମୁଖ ଉଦ୍‌ଘାଟନ ଅବସରରେ ଉପସ୍ଥିତ ଥିଲେ। ଖଗେନ୍ଦ୍ର ବେହେରା, ଦେବେନ୍ଦ୍ର ମହାକୁଡ଼, ନବୀନ ବେହେରା, ବିଷ୍ଣୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଉ ଦୁଇଦିନ ଇନ୍ଦ୍ରଜିତ ବଧ, ଦୁର୍ଗାପୂଜା ମଂଚସ୍ଥ ହେବ।

ସମ୍ବନ୍ଧିତ ଖବର