ରାମ ନବମୀରେ ନାମଯଜ୍ଞ ଓ ସଂକୀର୍ତ୍ତନ

ଚନ୍ଦ୍ରଶେଖରପୁର : ଆଜି ପବିତ୍ର ରାମ ନବମୀ ଉତ୍ସବ ଅବସରରେ ରାଜଧାନୀ ଉପକଣ୍ଠ ରଂଗାମାଟିଆ ଗ୍ରାମରେ ରାମ ନାମଯଜ୍ଞ ଓ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ରାତିତମାମ ରାମ କଥା ବସ୍ତୁ ଉପରେ ଆଧାରିତ ବିଭିନ୍ନ କାହାଣୀକୁ ପାଳିଆ ଓ ଗାୟକମାନେ ଉପସ୍ଥିତ ଦର୍ଶକଙ୍କୁ ଶୁଣାଇବା ସହ ରାମ ନବମୀର ମହତ୍ୱ ବୁଝାଇଥିଲେ। ଏହି ଅବସରରେ ରଂଗମାଟିଆ ବାଞ୍ଛାନିଧି ଦେବ ପୀଠରେ ଏକାଠି ହୋଇଥିଲେ ଆଖପାଖର ୯ଟି ସଂକୀର୍ତ୍ତନ ମଣ୍ଡଳୀ। ଗୁରୁ ଭଗବାନ ମହାରଣାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଶତାଧିକ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ନାମ ସଂକୀର୍ତ୍ତନରେ ପ୍ରଥମ ଥର ପାଇଁ ମହିଳା ଦଳ ଯୋଗଦେଇ ପୁରୁଷଙ୍କ ବିଭିନ୍ନ ରାମ କଥାବସ୍ତୁର ଉତ୍ତର ଦେଇଥିଲେ। ଯାହାକୁ ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମବାସୀ ମଣ୍ଡପ ନିକଟରେ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର