ପ୍ରଶାସନିକ ଅଧିକାରୀ ସବୀର କୁମାର ପଣ୍ଡାଙ୍କୁ ‘ରମେଶ ଚନ୍ଦ୍ର କାନୁନ୍‌ଗୋ ସ୍ମାରକୀ ସମ୍ମାନ’

ଭୁବନେଶ୍ୱର: ୬୪ ତମ ସର୍ବଭାରତୀୟ ସମବାୟ ଦିବସ ପାଳନ ଉତ୍ସବରେ କୃତୀ ପ୍ରଶାସନିକ ଅଧିକାରୀ ଭାବେ ସବୀର କୁମାର ପଣ୍ଡା ‘ରମେଶ ଚନ୍ଦ୍ର କାନୁନ୍‌ଗୋ ସ୍ମାରକୀ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସମବାୟ ୟୁନିୟନ ପକ୍ଷରୁ ପଣ୍ଡାଙ୍କୁ ଏନେଇ ଅଭିନନ୍ଦନ ଜଣାଯାଇଛି। ସୂଚନାଯୋଗ୍ୟ, ଶ୍ରୀ ପଣ୍ଡା ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସମବାୟ ବିଭାଗରେ ଗଭୀର କର୍ମନିଷ୍ଠା ଓ ଅଦମ୍ୟ ଉତ୍ସାହ ପ୍ରଦର୍ଶନ କରି ନିଜର ପ୍ରଶାସନିକ ଦକ୍ଷତା ବଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ ସେ କାର୍ଯ୍ୟନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର