ରାମେଶ୍ୱର ମହୋତ୍ସବ ତୃତୀୟ ସନ୍ଧ୍ୟା : ଘୋଡ଼ା ନାଚ ମନ ମୋହିଲା

ପୁରୁଣା ଭୁବନେଶ୍ୱର : ରାମେଶ୍ୱର ମନ୍ଦିର ନିକଟରେ ରାମେଶ୍ୱର କ୍ଲବ ପକ୍ଷରୁ ଆୟୋଜିତ ରାମେଶ୍ୱର ମହୋତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ପ୍ରଥମେ ପୁରୀ ରଙ୍ଗ ମହଲ ପକ୍ଷରୁ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ବଲାଙ୍ଗୀର ଲୋକନୃତ୍ୟ ଆରମ୍ଭ ହୋଇଥିଲା। ବାଇଧର ବେହେରା ଓ ସାଥୀଙ୍କ ଦ୍ଵାରା ଘୋଡ଼ାନାଚ ପରିବେଷଣ କରାଯାଇଥିଲା। ଶେଷରେ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର କୁମାର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଅକ୍ଷୟ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ରମେଶ ବାରିକ, ସଞ୍ଜୟ ମହାପାତ୍ର, ଧିରଜ ମହାପାତ୍ର, ଗଦାଧର ଦାସ ଓ ବହୁ ସଭ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର