ଉଜୁଡ଼ି ଯାଇଛି ରାମେଶ୍ବର ପାର୍କ

ପୁରୁଣା ଭୁବନେଶ୍ବର: ବାତ୍ୟାରେ ଉଜୁଡ଼ି ଯାଇଛି ରାମେଶ୍ବର ମନ୍ଦିର ସଂଲଗ୍ନ ରାମେଶ୍ବର ପାର୍କ। ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବା ବେଳେ ପାଚେରି ଭୁଶୁଡ଼ି ପଡ଼ିଛି। ଗଛ ଡାଳ ପଡ଼ି ଏହାର ମୁଖ୍ୟ ଫାଟକ ନଷ୍ଟ ହୋଇଯାଇଛି। ସନ୍ଧ୍ୟା ହେଲେ ଏଠାରେ ଯୁବକ/ଯୁବତୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ପୂର୍ବରୁ ୮ଟାରେ ବନ୍ଦ ହୋଇଯାଉଥିବା ଏହି ପାର୍କ ଏବେ ପାଚେରି ନଥିବାରୁ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଫଳରେ ଏହାର ପରିସରରେ ଅନୈତିକ କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗେଟ୍‌ ବନ୍ଦ ହୋଇ ପାରୁନଥିବାରୁ କିଛି ଅସାମାଜିକ ଲୋକ ଏହାର ଫାଇଦା ଉଠାଉଛନ୍ତି। ଏଏସ୍ଆଇ ଅଧୀନରେ ଥିବା ଏହି ପାର୍କରେ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯାଇନାହିଁ। ଏଏସ୍‌ଆଇ ପକ୍ଷରୁ ଏହାକୁ ଶୀଘ୍ର ପୁନରୁଦ୍ଧାର କରିବାକୁ ହରି ଓଁ କ୍ଲବ୍‌ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର