ରାମେଶ୍ୱର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଭଜନରେ ଭିଜିଲେ ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର :ରାମେଶ୍ୱର ମନ୍ଦିର ନିକଟ ରାମେଶ୍ୱର କ୍ଲବ୍‌ ପକ୍ଷରୁ ୪ଦିନିଆ ରାମେଶ୍ୱର ମହୋତ୍ସବର ଆଜି ଥିଲା ଦ୍ଵିତୀୟ ସନ୍ଧ୍ୟା। ଏହି ଅବସରରେ ତୁଳସୀ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ପ୍ରଫେସର ଆଶା ମୁକୁଲ ବାରିକ ହେ ଦୁଖ୍‌ ଭଞ୍ଜନ ମାରୁତି ନନ୍ଦନ, ପାୟୋଜି ମେନେ ରାମ ରତନ ଧନ ପାୟୋ…ଆଦି ବହୁ ଭଜନ ପରିବେଷଣ କରିଥିଲେ। ସେହିପରି ନିହାରିକା ମେହେରଙ୍କ ଦ୍ଵାରା ଆଉ ଥରେ ତୁମେ କୃଷ୍ଣ ହୋଇଯାଅ…. ଆଦି ଚିତ୍ତାକର୍ଷକ ଭଜନ ପରିବେଷଣ କରି ସେ ଦର୍ଶକଙ୍କ କରତାଳି ସାଉଁଟିଥିଲେ। ସେହିପରି ପୁରୀ ରଙ୍ଗ ମହଲ ପକ୍ଷରୁ ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା। ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଅକ୍ଷୟ ଦୀକ୍ଷିତ, ସଂପାଦକ ଦୀପକ ମହାପାତ୍ର, ରମେଶ ବାରକ, ଗଦାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର