ର‍୍ୟାମ୍ପ୍‌ରେ ଚାଲିଲେ ଦୃଷ୍ଟିହୀନ

ଭୁବନେଶ୍ୱର : ଦୃଷ୍ଟିହୀନ ବାଳିକାଙ୍କୁ ନେଇ ଅନୁଷ୍ଠିତ ର‍୍ୟାମ୍ପ୍‌ ସୋ’ ‘ମୋଡ’ ଗତ ୫ତାରିଖରେ କିଟ୍‌ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୃଷ୍ଟିହୀନଙ୍କ ମିସ୍‌ ଇଣ୍ଡିଆର ଫାଇନାଲରେ ପହଞ୍ଚିଥିବା ଝୁମୁରୀ ଓ ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ପୂଜା ମିଶ୍ର ଏହି ସୋ’ର ମୁଖ୍ୟ ଆକର୍ଷଣ ଥିଲେ।

ଧନୀ ଓ ଆଗଧାଡ଼ିର ଥିବା ବ୍ୟକ୍ତିମାନେ ହିଁ କେବଳ ଫ୍ୟାସନ ସୋ’ ସହତି ଜଡ଼ିତ ରହିଥିବା ଲୋକଙ୍କ ମଧ୍ୟରେ ଭ୍ରମ ରହିଛି। ତେଣୁ ଏହି ଭ୍ରମକୁ ଦୂର କରିବା ପାଇଁ ଏଭଳି ଏକ ସୋ’ର ଆୟୋଜନ କରାଯାଇଥିବା ପୂଜା ମିଶ୍ର କହିଛନ୍ତି। ଏନ୍‌ଏବି ଓଡ଼ିଶାର ୭ଜଣ ଦୃଷ୍ଟିହୀନ ବାଳିକା ମିସ୍‌ ଇଣ୍ଡିଆ(ଦୃଷ୍ଟିହୀନ), କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ସମ୍ମାନ ଆଣିପାରିଛନ୍ତି। ର‍୍ୟାମ୍ପ୍‌ରେ ବିନା କୌଣସି ଭୟରେ କିଭଳି ଚାଲିବାକୁ ହୁଏ ଏଥିପାଇଁ ସେମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଥିଲା। କିଛିଦିନ ପୂର୍ବରୁ ଦୃଷ୍ଟିହୀନ ବାଳିକାମାନଙ୍କ ପାଇଁ ଏକ କିନ୍ନର ଫ୍ୟାସନ ସୋ’ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଉଭୟ ମୂକ ଓ ବଧିର ବାଳିକାଙ୍କୁ ଏଥିପାଇଁ ଟ୍ରେନିଂ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ରାନା ବିଶ୍ୱାଳ ନୃତ୍ୟ ସଂଯୋଜନା କରିଥିବା ବେଳେ ସୋ’ର ଡିଜାଇନ କରିଥିଲେ ଡିଜାଇନର ମଧୁସ୍ମିତା ପଣ୍ଡା। ଏଥିରେ ୫ ହଜାରରୁ ଅଧିକ କଲେଜ ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର