ରଙ୍ଗମାଟିଆ ଲଣ୍ଡା ହତ୍ୟାକାଣ୍ଡ : ଜଣକୁ ଉଠାଇଲା ପୁଲିସ, ଅଟୋ ଓ ବାଇକ୍‌ ଜବତ

ଚନ୍ଦ୍ରଶେଖରପୁର : ରଙ୍ଗମାଟିଆ ଗ୍ରାମ ଦୀପକ ବେହେରା ଓରଫ ଲଣ୍ଡା ହତ୍ୟାକାଣ୍ଡ ଘଟଣାକୁ ୩ଦିନ ବିତିବା ପରେ ମଞ୍ଚେଶ୍ବର ଥାନା ପୁଲିସ୍ ପକ୍ଷରୁ ଆଜି ତନାଘନା ଆରମ୍ଭ ‌ହୋଇଛି। ପୁଲିସ୍‌ ଗ୍ରାମରୁ ଜଣକୁ ଉଠାଇ ନେଇଛି। ସେ ଅଭିଯୁକ୍ତଙ୍କ ସହଯୋଗୀ ବୋଲି ପୁଲିସ ସନ୍ଦେହ କରୁଛି। ଏହାଛଡ଼ା ହତ୍ୟାକାଣ୍ଡରେ ବ୍ୟବହୃତ ଅଟୋ ଓ ଏକ ପଲସର୍‌ ବାଇକ୍‌ ଜବତ କରିଛି। ଅଭିଯୁକ୍ତ ରଣଜିତ୍‌ଙ୍କ ବାଡ଼ିରେ ଘୋଡ଼ା ହୋଇ ରହିଥିବା ଏହି ଗାଡ଼ିକୁ ପୁଲିସ ଜବତ କରିଥିବା ମଞ୍ଚେଶ୍ବର ଥାନା ଅଧିକାରୀ ଯତୀନ୍ଦ୍ର ସେଠୀ କହିଛନ୍ତି। ଫେରାର୍ ୬ଜଣ ଅଭିଯୁକ୍ତ ଗାଁରେ ଥିବା ସହଯୋଗୀଙ୍କ ସହ ଯୋଗାଯୋଗ କରୁଥିବା ବେଳେ ଜଣେ ସନ୍ଦିଗ୍ଧକୁ ପୁଲିସ ଚିହ୍ନଟ କରି ଥାନାକୁ ଉଠାଇ ଆଣି ପଚରା ଉଚରା କରିଛି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ ବ୍ରହ୍ମପୁର କିମ୍ବା ଗଞ୍ଜାମ ଅଞ୍ଚଳରେ ଥିବା ପୁଲିସକୁ ସୂଚନା ମିଳିଛି। ତେଣୁ ପୁଲିସର ଏକ ଟିମ ବ୍ରହ୍ମପୁର ଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର