ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ‘ରଙ୍ଗମ୍‌’ର ୩୮ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ, ରାଇମ୍‌ସ୍‌, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୫୦ରୁ ଊର୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ କୃତିତ୍ୱ ଅର୍ଜନ କରିଥିବା ୨୦୦ ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ୩ରେ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଥିବା ଅନୁଷ୍ଠାନର ୩୮ତମ ବାର୍ଷିକ ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ବିପିନ ବିହାରୀ ନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ସାଇନି ମହାନ୍ତି ଓ ଯୋଗ ସାଧିକା ସୁଶ୍ରୀ ସୁସ୍ମିତାରାଣୀ ରାଉତଙ୍କୁ ‘ଶିଶୁ ମହୋତ୍ସବ’ର ପ୍ରସାର ନିମନ୍ତେ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଗଠକ ଅସିତ ମହାନ୍ତି, ବାଳକୃଷ୍ଣ ରାଉତ ଓ ରାମଚନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।