ସେଲ୍‌ଟର ଫାଉଣ୍ଡେସନ୍‌ ପକ୍ଷରୁ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା

ଭୁବନେଶ୍ବର: ସେଲଟର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଜୟଦେବ ଭବନଠାରେ ଗତକାଲିଠାରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାର ଆଜି ଥି‌ଲା ଦ୍ବିତୀୟ ଦିନ। ଆଜି ସନ୍ଧ୍ୟାରେ କୁମାରୀ ଓ ମହିଳାମାନଙ୍କ ମଧ୍ୟରେ ଝୋଟି, ମୁରୁଜ ରଙ୍ଗୋଲି ଓ ଫୁଲ ରଙ୍ଗୋଲି ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ୧୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୂର୍ବତନ କର୍ପୋରେଟର ନବକିଶୋର ବେହେରା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ରାଉତ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର