ଭୁବନେଶ୍ବର: ଏଇ କିଛିଦିନ ହେବ ଓଡ଼ିଆ ଚଳଚିତ୍ର ପ୍ରତି ଲୋକଙ୍କର ରୁଚି ବଢିବା ସହିତ ଏହା ଭଲ ବ୍ୟବସାୟ ବି କରୁଛି। ଏବେ ଭିନ୍ନ ଓ ବାସ୍ତବବାଦୀ କାହାଣୀ ପ୍ରତି ଉଭୟ ଦର୍ଶକ ଓ ନିର୍ମାତାମାନଙ୍କର ରୁଚି ବଢ଼ୁଛି। ଆଗକୁ ଆହୁରି ଭଲ ଭଲ ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବେ ବେଳେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟୁଛି ନୂଆ ଓଡ଼ିଆ ଫିଲ୍ମ ‘ରଂଗଶୁର’ର ଟ୍ରେଲର୍। ନିକଟରେ ଗୋଆରେ ଆୟୋଜନ ହୋଇଥିବା ଆଇଏଫ୍ଏଫ୍ଆଇ, ଫିଲ୍ମ ଵଜାର୍ ଓ ଆଇଏମ୍ପିପିଏ ମହୋତ୍ସବରେ ରିଲିଜ୍ କରାଯାଇଛି ‘ରଂଗଶୁର’ର ଟ୍ରେଲର୍। ଟ୍ରେଲର୍ଟି ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପାଖରୁ ଢେର୍ ପ୍ରଶଂସା ସାଉଁଟିଛି। ଏବେ ମୁନ୍ ଟିଭି, ପ୍ରକାଶ ଫିଲ୍ମ୍ସ ଓ ମ୍ୟାକ୍ସିମିଆ ଫିଲ୍ମର ମିଳିତ ପ୍ରୟାସରେ ତିଆରି ହୋଇଥିବା ଏ ଫିଲ୍ମଟିକୁ ଅନ୍ତର୍ଜାତୀୟ ସ୍ତରରେ ରିଲିଜ୍ କରିବାଲାଗି ଉଦ୍ୟମ କରାଯାଉଛି। ଗୋଆରେ ଟ୍ରେଲର୍ ରିଲିଜ୍ ଅବସରରେ ଫିଲ୍ମର ପ୍ରଯୋଜକ ପ୍ରଶାନ୍ତ ବେହେରା, ସୁନୀଲ ଯାଦବ ଓ ନିର୍ଦ୍ଦେଶକ ପ୍ରତାପ ରାଉତ ଉପସ୍ଥିତ ଥିଲେ। ପ୍ରକାଶ ଫିଲ୍ମ ତରଫରୁ ‘ତୁଝା ଆଇଲା’ ନାମକ ମରାଠୀ ଫିଲ୍ମର ମଧ୍ୟ ଶୁଭ ଉନ୍ମୋଚନ କରାଯାଇଛି। ଫିଲ୍ମଟି ଆସନ୍ତା ମକର ସଂକ୍ରାନ୍ତି ଉପଲକ୍ଷେ ରିଲିଜ୍ ହେବବୋଲି ସୂଚନା ମିଳିଛି।
ଗୋଆ ଆଇଏଫ୍ଏଫ୍ଆଇରେ ‘ରଂଗଶୁର’ ଟ୍ରେଲର୍
Advertisment
Follow Us