ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର: ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଗଂଜାମ ଦିଗପହଣ୍ଡିର ଏଲ. ପବିତ୍ର ରେଡ୍ଡୀକୁ ଗିରଫ କରିଛି। ପବିତ୍ର ପୂର୍ବରୁ ସେନାରେ କାର୍ଯ୍ୟ କରୁଥିବା ବେଳେ ଏବେ ମହାରାଷ୍ଟ୍ରର ଏକ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି।

୨୦୧୯ରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଦୁଇ ଦୁଇଥର ଗର୍ଭବତୀ ହୋଇଥିଲେ ହେଁ ପବିତ୍ର ତାଙ୍କର ଗର୍ଭପାତ କରାଇଥିଲା। କିନ୍ତୁ ପରେ ଆଉ ଧରାଛୁଆଁ ନ ଦେବାରୁ ଯୁବତୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର