ଭୁବନେଶ୍ୱର : ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଯୁବକ। ଏବେ ବିବାହ ପାଇଁ ଯୁବତୀ ଜିଦ୍‌ ଧରିବାରୁ ଦେଇଛନ୍ତି ହତ୍ୟା ଧମକ। ଶେଷରେ ଯୁବତୀ ଜଣକ ବିଷ ପିଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଚିକିତ୍ସିତ ହେବା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତ ଯୁବକ ଅଦ୍ୟାବଧି ଗିରଫ ହୋଇ ପାରିନାହିଁ।

Advertisment

କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଏକ ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ରପଡ଼ା ଅଞ୍ଚଳର ଦେବବ୍ରତ ମିଶ୍ର ସହ ତାଙ୍କର ଭେଟ ହୋଇଥିଲା। ସେଠାରୁ ବନ୍ଧୁତା ହୋଇଥିଲା। ସମ୍ପର୍କ ବଢ଼ିବା ପରେ ଦେବବ୍ରତ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ଗତ ମାର୍ଚ୍ଚ ୧୯ ତାରିଖରେ ରାତ୍ରି ଭୋଜନ ପାଇଁ ଦେବବ୍ରତ ଯୁବତୀଙ୍କୁ ନିମନ୍ତ୍ରଣ କରି ଏକ ହୋଟେଲରେ ରାତ୍ରି ଯାପନ କରିବା ପାଇଁ ବାଧ୍ୟ କରିବା ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲା। ଏହାପରେ ଘର ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା। ପୀଡ଼ିତା ବିବାହ ପାଇଁ ଚାପ ପ୍ର‌ୟୋଗ କରିବା ସତ୍ତ୍ବେ ସେ ବିବାହ କରିନଥିଲା।