ଭୁବନେଶ୍ୱର : ଲକ୍ଡାଉନରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନରେ ଆଜି ଶୁଣାଣି ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ପ୍ରଥମେ ପୀଡ଼ିତା ନାବାଳିକାଙ୍କ ମା’ ତଥା ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରା ଯାଇଥିଲା। ତାଙ୍କ ଅଭିଯୋଗ ଆଧାରରେ ପକ୍ଷ ରଖିବା ଲାଗି ଓଟିଭି ଏମ୍ଡି ଜାଗିମଙ୍ଗତ ପଣ୍ଡାଙ୍କ ପକ୍ଷରୁ ପ୍ରତିନିଧି ଭାବେ ହାଜର ହୋଇଥିବା ଲୋକସମ୍ପର୍କ ଅଧିକାରୀ ନିଜ ଓକିଲଙ୍କ ସହ ଶୁଣାଣିରେ ଉପସ୍ଥିତ ହୋଇଥିଲେ। କମିସନ ଅଧ୍ୟକ୍ଷା ତାଙ୍କୁ କିଛି ଦସ୍ତାବିଜ ମାଗିଥିଲେ। କିନ୍ତୁ ସେହି ଦସ୍ତାବିଜ ତାଙ୍କ ପାଖରେ ନ ଥିବା ଲୋକସମ୍ପର୍କ ଅଧିକାରୀ କହିଥିଲେ। ଆସନ୍ତାକାଲି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିବା ଲାଗି କମିସନଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ହାଇକୋର୍ଟ ଏହି ମାମଲାର ବିବରଣୀ ମାଗିଛନ୍ତି। ଆମେ ଏହା ପ୍ରଦାନ କରିବୁ। ମାମଲାର ଆବଶ୍ୟକ ତଦନ୍ତ କରାଯାଉଛି।
ଲକ୍ଡାଉନରେ ଗଣଦୁଷ୍କର୍ମ ମାମଲା : ପୀଡ଼ିତା ନାବାଳିକା ମା’ଙ୍କ ବୟାନ ରେକର୍ଡ
ମହିଳା କମିସନରେ ଶୁଣାଣି ଆରମ୍ଭ, ଦସ୍ତାବିଜ୍ ଦାଖଲ ପାଇଁ ସମୟ ନେଲେ ଓଟିଭି କର୍ତ୍ତୃପକ୍ଷ
/sambad/media/post_attachments/wp-content/uploads/2020/08/rape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)