ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ, ପାର୍ଲର ବଏ ଗିରଫ

ଭୁବନେଶ୍ବର: ପାର୍ଲର ସହକର୍ମୀରୁ ବନ୍ଧୁତା। ତା’ପରେ ବୁଲାଇବା ନାଁରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ। ଏଭଳି ଏକ ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ ଜଣେ ପାର୍ଲର ବଏକୁ ଗିରଫ କରିଛି। ସେ ‌ହେଲା ଝରଣାବସ୍ତିର ଦେବୁନ ସେଠୀ(୨୪)।

ସୂଚନା ମୁତାବକ, ୨୦୨୧ ମସିହାରେ ଦେବୁନ କୋଲକାତାର ଏକ ପାର୍ଲରରେ କାମ କରୁଥିଲା। ଏହି ସମୟରେ ଜଣେ ବଙ୍ଗୀୟ ଯୁବତୀ ସହକର୍ମୀଙ୍କ ସହ ତା’ର ବନ୍ଧୁତା ହୋଇଥିଲା। ପରସ୍ପର ମିଳାମିଶା କରିବା ସହ ସମ୍ପର୍କ ନିବିଡ଼ ହୋଇଥିଲା। ଯୁବତୀଙ୍କୁ ସେ ଓଡ଼ିଶା ବୁଲାଇବାକୁ କହିଥିଲା। ଯୁବତୀଜଣଙ୍କ ରାଜି ହେବା ପରେ ସପ୍ତାହ ତଳେ ତାଙ୍କୁ ଓଡ଼ିଶା ଆଣିଥିଲା। ବୁଲାଇବା ଆଳରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଯୁବତୀ ପ୍ରତିବାଦ କରିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଏନେଇ ଯୁବତୀ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର