ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଅଭିଯୁକ୍ତ ପବିତ୍ର ସେଠୀକୁ ଗିରଫ କରିଛି। ତା’ ବିରୋଧରେ ପୁଲିସ୍‌ ଦୁଷ୍କର୍ମ ଓ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ପୁଲିସ୍‌ ସୂଚନାନୁଯାୟୀ, ନାବାଳିକାଜଣଙ୍କ ଏକ ଗ୍ୟାରେଜ୍‌ରେ କାମ କରୁଥିଲା। ପବିତ୍ର ଉକ୍ତ ଗ୍ୟାରେଜ୍‌କୁ ଅନେକ ସମୟରେ ଯିବାଆସିବା ବେଳେ ଉକ୍ତ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ। ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତା’ ସହ ବନ୍ଧୁତା ସ୍ଥାପନ କରିଥିଲା। ଗତ ୨୦ ତାରିଖ ଦିନ ଗ୍ୟାରେଜ୍‌ରେ କେହି ନଥିବା ବେଳେ ପବିତ୍ର ତାକୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଏ ବାବଦରେ କାହାକୁ ନ ଜଣାଇବାକୁ ବି ଧମକ ଦେଇଥିଲା। ତେବେ ଏ ସଂପର୍କରେ ତା’ ପରିବାରଲୋକ ଜାଣିବା ପରେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର