ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଭୁବନେଶ୍ବର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ମନୋଜ ପାଇକ। ନିଜ ଘର ଖୋର୍ଧା‌ରେ। ଏଠାରେ ସେ ମଞ୍ଚେଶ୍ବର ଝରଣାବସ୍ତିରେ ରହେ। ଆଜି ତାକୁ ପୁଲିସ କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ମୁତାବକ, ମନୋଜ ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଅପହରଣ କରି ନେଇ ଯାଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକା ଓ ଅଭିଯୁକ୍ତ ମନୋଜକୁ କଟକ ଜିଲ୍ଲା ବୈଦେଶ୍ବରରୁ ଉଦ୍ଧାର କରିଥିଲା। ପରେ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲ‌ରେ ଡାକ୍ତରୀମାଇନା କରାଯାଇଥିଲା। ଡାକ୍ତରୀମାଇନା ବେଳେ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଥିଲା। ଆଜି ପୁଲିସ ମନୋଜକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର