ବାଲିପାଟଣା: ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ରାତି ପ୍ରାୟ ୧ଟା ବେଳେ ଅଭିଯୁକ୍ତଜଣଙ୍କ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।
ଏ ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ତେବେ ଅଭିଯୁକ୍ତର ଧମକ ଓ ଲୋକଲଜ୍ଜା ଭୟରେ ଯୁବତୀଜଣଙ୍କ ଚୁପ୍ ରହିଥିଲେ। କିନ୍ତୁ ୧୯ ତାରିଖ ରାତିରେ ପୁଣି ଅଭିଯୁକ୍ତଜଣଙ୍କ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ଏଥର ଯୁବତୀଜଣଙ୍କ ପରିବାରଲୋକଙ୍କୁ ଜଣାଇଥିଲେ। ଗତ ୨୧ ତାରିଖରେ ଏ ସଂପର୍କରେ ବାଲିପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।