ଭାରତକୁ ଆତ୍ମନିର୍ଭର କରିବ ବିରଳ ମୃତ୍ତିକା: ଆଇଆର୍‌ଇଏଲ୍‌(ଇଣ୍ଡିଆ) ଲିମିଟେଡ୍‌ର ପ୍ଲାଟିନମ୍ ଜୁବୁଲି

ଭୁବନେଶ୍ବର: ବିଶ୍ୱରେ ଗ୍ରିନ୍ ଏନର୍ଜିର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ବ୍ୟବହାର ନିମନ୍ତେ ଲଘୁ ସଂଶାଧନ କ୍ଷେତ୍ରରୁ ଅଣାଯାଇଥିବା ବିରଳ ମୃତ୍ତିକା ସାମଗ୍ରୀ, ଯାହାକି ଯୋଗାଣ ନିମନ୍ତେ ଭାରତ ପରି ଦେଶ ନିଶ୍ଚିତ କରିବା ଆବଶ୍ୟକତା ରହିଛି ବୋଲି ନୀତି ଆୟୋଗ ସଦସ୍ୟ ଭି କେ ସାରସ୍ୱତ ମତବ୍ୟକ୍ତ କରିଛନ୍ତି। ଆଇଆର୍‌ଇଏଲ୍‌(ଇଣ୍ଡିଆ) ଲିମିଟେଡର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଶ୍ରୀ ସାରସ୍ବତ କରିଛନ୍ତି ଯେ ଲଘୁ ସଂଶାଧନ ବିଭାଗରେ ଭାରତ ନୂତନ ନିବେଶ ଆବଶ୍ୟକ କରୁଛି। ନିବେଶ ପାଇଁ ପ୍ରଥମେ ସରକାର ଆଗକୁ ଆସିବାକୁ ହେବ। ତା’ପରେ ଘରୋଇ ସଂସ୍ଥାଗୁଡ଼ିକ ନିବେଶ ଉପରେ ଆଲୋକପାତ କରିବା ଦରକାର। ବିରଳ ମୃତ୍ତିକା ସାମଗ୍ରୀର ଉନ୍ନତି ନିମନ୍ତେ ଘରୋଇ କ୍ଷେତ୍ର ଗୁଡ଼ିକ ନିବେଶ କରିବା ଆବଶ୍ୟକ, ଯାହାକି ଭାରତକୁ ଆତ୍ମନିର୍ଭର କରିବା ସହ ଆଗାମୀ ଦିନରେ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ।

ଆଇଆର୍‌ଇଏଲ୍‌(ଇଣ୍ଡିଆ) ଲିମିଟେଡର ସିଏମ୍‌ଡି ଡି. ସିଂ କହିଲେ ବର୍ତମାନ ବିରଳ ମୃତ୍ତିକା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଉଭା ହୋଇଛି। ବିଶ୍ୱର ବିକଶିତ ଦେଶଗୁଡ଼ିକରେ ଏହାର ବ୍ୟବହାର ଅଧିକ ରହିଥିବାରୁ ଗତ କିଛି ବର୍ଷ ମଧ୍ୟରେ ଆମେ ଏହି ଦିଗରେ ବହୁତ ଉନ୍ନତି କରିଛୁ। ଦଶନ୍ଧିର ଶେଷ ସୁଦ୍ଧା ଆମେ ନିଜର ଦକ୍ଷତାକୁ ତିନି ଗୁଣ ବଢ଼ାଇବୁ। ଆଟୋମିକ୍ ଏନର୍ଜି ବିଭାଗର ଚେୟାରମ୍ୟାନ୍‌ ଏନ କେ ଭ୍ୟାସ ଯୋଗଦେଇ କହିଲେ ବର୍ତମାନ ସମୟରେ ସ୍ବଚ୍ଛ ଓ ସବୁଜ ଶକ୍ତି, ବିଦ୍ୟୁତଚାଳିତ ଯାନ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ଜାତୀୟ ପ୍ରତିରକ୍ଷା ଆଦି ବିଭାଗରେ ବୃଦ୍ଧି ପାଉଥିବା ଆପ୍ଲିକେସନ୍ ଚାହିଦା ଯୋଗୁଁ ବିରଳ ମୃତ୍ତିକା ଉପାଦାନଗୁଡ଼ିକର ବହୁଳ ଆବଶ୍ୟକତା ରହିଛି। ଠିକ୍ ଏହି ସମୟରେ ସମ୍ପୂର୍ଣ୍ଣ ବିଶ୍ୱ ବିରଳ ମୃତ୍ତିକା ଉପାଦାନର ଅଭାବ ପରିଲକ୍ଷିତ କରୁଛି। ଏହି କଠିନ ସମୟରେ ଆଇଆର୍‌ଇଏଲ୍‌ ପକ୍ଷରୁ ଏକ ଉତ୍ତମ କାର୍ଯ୍ୟ କରାଯାଇଛି, ଯାହାକି ଏହାର କ୍ଷମତାକୁ ତିନି ଗୁଣ ବୃଦ୍ଧି କରିଛି। ଏହା ବିଏଆର୍‌ସି ଏବଂ ଡିଏମ୍‌ଆର୍‌ଏଲ୍‌ ସହ ମିଳିତ ହୋଇ ଭାଇଜାଗ୍‌ଠାରେ ଏକ ପ୍ଲାଣ୍ଟ ସ୍ଥାପନ କରିବ। ଭାବା ଆଟୋମିକ୍ ରିସର୍ଚ୍ଚ(ବିଏଆରସି)ର ନିର୍ଦ୍ଦେଶକ ଏ କେ ମହାନ୍ତି ଯୋଗଦେଇ କହିଲେ, ରେୟାର ଆର୍ଥ ମ୍ୟାଗ୍‌ନେଟର ଅଭିବୃଦ୍ଧି କରି କେବଳ ଭାରତକୁ ଆତ୍ମନିର୍ଭର କରିଛୁ ତାହା ନୁହେଁ ବରଂ ଦେଶର ଆବଶ୍ୟକତାକୁ ମଧ୍ୟ ପୂରଣ କରିଛୁ। ଅନ୍ୟ ଦେଶକୁ ରପ୍ତାନି ପାଇଁ ମଧ୍ୟ ପଥ ଉନ୍ମୁକ୍ତ କରିଛି। ଏହିସବୁ ମ୍ୟାଗ୍‌ନେଟସ୍‌ଗୁଡ଼ିକ ସ୍ଥାୟୀ ମ୍ୟାଗ୍‌ନେଟ୍ ସହିତ ଉଚ୍ଚ ଶକ୍ତି ସାନ୍ଦ୍ରତା ବିଶିଷ୍ଟ। ଏହା ବିଭିନ୍ନ କ୍ଷେତ୍ର ଯେପରିକି ଅଟୋମିକ୍ ଏନର୍ଜି ପ୍ରତିଷ୍ଠା ଓ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବ୍ୟବହାରଯୋଗ୍ୟ। ଆଇଆର୍‌ଇଏଲ୍‌ ପକ୍ଷରୁ ବିଶାଖାପାଟଣାରେ ରେୟାର ମ୍ୟାଗ୍‌ନେଟ୍ ପ୍ଲାନେଟ୍ ସ୍ଥାପନ କରାଯିବ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଆର୍‌ଇଏଲ୍‌ ମୋନୋଗ୍ରାଫ୍ ଓ ଆର୍‌ଇଇଏସ୍‌ର ସ୍ମରଣିକା ଉନ୍ମୋଚିତ ହୋଇଛି। ରେୟାର ଆର୍ଥ ରିସର୍ଚ୍ଚ କ୍ଷେତ୍ରରେ ଅବଦାନ ପାଇଁ ସିଏସ୍‌ଆଇଆର୍‌ର ଅବସରପ୍ରାପ୍ତ ମୁଖ୍ୟ ବୈଜ୍ଞାନିକ ଏମ୍‌ ପିଏଲ୍‌ ରେଡ୍ଡିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର