ହାଇଟେକ୍‌ ହସ୍ପିଟାଲରେ ୬ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ୬ ଜଣ ଶିଶୁଙ୍କ ହୃଦବକ୍ଷ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଛି ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ। ଶିଶୁମାନେ ହେଲେ ଅନୁଗୁଳ ଜିଲ୍ଲାର ପ୍ରସନ୍ନ ନାୟକଙ୍କ ୪ ବର୍ଷର ଝିଅ ସୁନୟନା ନାୟକ, ପୁରୀ ଜିଲ୍ଲାର ବିନିତା ନାୟକଙ୍କ ୧ ବର୍ଷର ପୁଅ ଆୟୁଷ ନାୟକ, ନିମାପଡ଼ାର ହାତ୍‌ମାଙ୍କ ୧୮ ମାସର ପୁଅ ଶେଖ ସୋଲେମନ, କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ୬ ବର୍ଷର ଝିଅ ଦିବ୍ୟାଶା ତ୍ରିପାଠୀ, କଟକ ଜିଲ୍ଲାର ଟୁକୁନା ବିଶ୍ୱାଳଙ୍କର ୩ ବର୍ଷର ଝିଅ ରାଜଲକ୍ଷ୍ମୀ ବିଶ୍ବାଳ ଏବଂ ମହେଶ କୁମାର ଦଳ। ହାଇଟେକ କାର୍ଡିଓଲୋଜି ବିଭାଗର ସମସ୍ତ ଡାକ୍ତର ଓ ନର୍ସଙ୍କ ସହଯୋଗରେ ଏଭଳି ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି।

ଏହି ଅସ୍ତ୍ରୋପଚାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଓ ସ୍ବଳ୍ପ ମୂଲ୍ୟରେ କରାଯାଉଛି। ତେବେ ହାଇଟେକ୍‌ ମେଡିକାଲ କଲେଜର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡ. ତିରୁପତି ପାଣିଗ୍ରାହୀ ଓଡ଼ିଶାର ସମସ୍ତ ନିମ୍ନ ମଧ୍ୟବିତ୍ତ ବର୍ଗର ଗରିବ ପରିବାରର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣ ଓ ସ୍ୱଳ୍ପ ମୂଲ୍ୟରେ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଏନେଇ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଓ ଉପାଧ୍ୟକ୍ଷ ତିରୁପତି ଚୌଧୁରୀ, ଡାକ୍ତର ସୁରେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ଇ. ରୂପେଶ ପାଣିଗ୍ରାହୀ, ଡାକ୍ତର ରାକେଶ ପାଣିଗ୍ରାହୀ, କାର୍ଡିଓଲୋଜି ବିଭାଗର ଏଚଓଡି ପ୍ରଫେସର ଅକ୍ଷୟ କୁମାର ସାମଲ, ପେଡିଆଟ୍ରିକ୍ କାର୍ଡିଆକ ସର୍ଜରି ସହକାରୀ ପ୍ରଫେସର ଅନୁପମା ରାଓ, କାର୍ଡିଆକ୍‌ ନିଶ୍ଚେତକ ମୁଖ୍ୟ ଡାକ୍ତର ସତ୍ୟସ୍ବରୂପ ପଟ୍ଟନାୟକ, କାର୍ଡିଓଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ଦୀପକ ନାରାୟଣ ଲେଙ୍କା କାର୍ଡିଓଲୋଜି ବିଭାଗ ବୁଲି ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର