‌ଏସୀୟ ସୁନ୍ଦର ସ୍ବାସ୍ଥ୍ୟ‌ରେ ଭାଗନେଇ ଫେରିଲେ ରଶ୍ମି ଓ ସୁମିତ୍ରା

ଭୁବନେଶ୍ବର: ଇଣ୍ଡୋନେସିଆର ବାଟମଠାରେ ଆୟୋଜିତ ୫୩ତମ ଏସୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ ଦୁଇ ଓଡ଼ିଆ ରଶ୍ମିରଂଜନ ସାହୁ (ଖେଳାଳି) ଏବଂ ସୁମିତ୍ରା ତ୍ରିପାଠୀ (ବିଚାରକ)। ସେପ୍ଟେମ୍ବର ୨୭ରୁ ଚଳିତ ମାସ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗନେଇ ସୁମିତ୍ରା ପ୍ରଥମ ଓଡ଼ିଆ ମହିଳା ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ପାଇଥିଲେ। ୮୫ କେଜି ବର୍ଗ‌ ସୁନ୍ଦରସ୍ବାସ୍ଥ୍ୟରେ ଅଂଶଗ୍ରହଣ କରିଥିବା ରଶ୍ମି ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଓଡ଼ିଶା ପହଞ୍ଚିବା ପ‌ରେ ସେମାନଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଧନା ପର୍ବରେ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, କାର୍ଯ୍ୟନିର୍ବାହୀ ଉପସଭାପତି ବାବୁଲି ସ୍ବାଇଁ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ବିବେକାନନ୍ଦ ବାରିକ, ଭବାନୀ ଶଙ୍କର ସାହୁ, ବିନୋଦ ମହାରଣା, ଏନ୍‌ଏମ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା, ରେଡକ୍ରସ, ନେହେରୁ ଯୁବ ପ୍ରତିଷ୍ଠାନ, ଜୁରାସିକ ଜିମ୍‌ ଏବଂ ବିଏମ୍‌ସି ଜିମ୍‌ର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର