ଭୁବନେଶ୍ୱର : ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ପୁଣ୍ୟ ଜନ୍ମ ତିଥିରେ ଆର୍ଏମ୍ଆର୍ସ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା। ଆଞ୍ଚଳିକ ଭେଷଜ ଗବେଷଣାଗାରର ବୈଜ୍ଞାନିକ, ଗବେଷକ, ଛାତ୍ର ଓ କର୍ମଚାରୀମାନେ ଏହି ଏକତା ଦୌଡ଼ରେ ସାମିଲ ହୋଇଥିଲେ। ଏହି ଏକତା ଦୌଡ଼ ପଦଯାତ୍ରା ନାଲ୍କୋ ଛକସ୍ଥିତ କେନ୍ଦ୍ର ପରିସରରୁ ଆରମ୍ଭ ହୋଇ ଡମଣା ଛକ ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ବିଡିଏ କଲୋନି, ଓମ୍ଫେଡ୍, ପେଟ୍ରୋଲ୍ ପମ୍ପ୍ ଆଦି ଛକମାନଙ୍କରେ ଶତାଧିକ ଜନତା ଓ ପଥଯାତ୍ରୀ ସ୍ୱାଗତ କରିଥିଲେ। କେନ୍ଦ୍ରର ନିର୍ଦେଶିକା ଡ.ସଂଘମିତ୍ରା ପତି ଏହି ଏକତା ଯାତ୍ରାର ନେତୃତ୍ୱ ନେବା ସହିତ ଉଦ୍ବୋଧନ ଦେଇଥିଲେ। ଚନ୍ଦ୍ରଶେଖରପୁର ଥାନାର ପୁଲିସ୍ କର୍ମକର୍ତା ଏଥିରେ ସହାୟତା ଯୋଗାଇ ଦେଇଥିଲେ। ଅପରାହ୍ଣରେ ରାଷ୍ଟ୍ରୀୟ ଏକତା ଦିବସରେ ଏକତାର ଶପଥ ପାଠ କରାଯାଇଥିଲା। କେନ୍ଦ୍ରର ସମସ୍ତ କର୍ମଚାରୀ, ଛାତ୍ର, ଗବେଷକ ଓ ବୈଜ୍ଞାନିକ ଏକତା, ଅଖଣ୍ଡତା ଓ ସୁରକ୍ଷାର ଶପଥ ପାଠ କରିଥିଲେ।
ରାଷ୍ଟ୍ରୀୟ ଏକତା ଦିବସରେ ଏକତାର ଦୌଡ଼
/sambad/media/post_attachments/wp-content/uploads/2017/11/satya-rastriya-akata-divasre-ekatara-dauda-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)