ଭୁବନେଶ୍ବର: ରସୁଲଗଡ଼ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ରସୁଲଗଡ଼ ପ୍ରିମିୟର ଲିଗ୍‌ରେ ମା’ତାରିଣୀ ଏକାଦଶ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଏହି ଦଳ ୨ ରନ୍‌ରେ ମା’କୋଚିଲେଇ ଏକାଦଶକୁ ପରାସ୍ତ କରିଥିଲା। ‌ମା’ତାରିଣୀ ନିର୍ଦ୍ଧାରିତ ୧୨ ଓଭରରେ ସ୍ମୃତିରଂଜନ ସାହୁ (୫୫) ଓ ଜୀବନ ଜ୍ୟୋତି ଲେଙ୍କା (୫୦)ଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ୍‌ ହରାଇ ୧୬୭ ରନ୍‌ କରିଥିଲା। ଜବାବରେ ମା’କୋଚିଲେଇ ଦଳ ୬ ୱିକେଟ୍‌ ହରାଇ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Advertisment

ସତ୍ୟନାରାୟଣ ରାଉତ ୬୧ ରନ୍‌ କରିଥିଲା ବେଳେ ଜୀବନ ଜ୍ୟୋତି ୨ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଜୀବନ ଜ୍ୟୋତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବିଚିତ ହୋଇଥିଲେ। ‌ସତ୍ୟ ନାରାୟଣ ରାଉତ ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ଅଂଶୁମାନ ରାୟ ଶ୍ରେଷ୍ଠ ବ୍ୟାଟର୍‌, ଜୀବନ ଜ୍ୟୋତି ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ମ୍ୟାଚ୍‌କୁ ଉମାକାନ୍ତ ଜଗଦେବ ଓ ପାର୍ଥ ରାଉତରାୟ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ପ୍ରକାଶ ରାଉତରାୟ, ଅନିଲ ବଳିୟାରସିଂହ, ଅସ୍ମିତ ଦାସ ଓ ସ୍ନେହାଶିଷ ଜେନା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।