ଚନ୍ଦ୍ରଶେଖରପୁର: ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆଜି ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସମୟରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍ ଉପସ୍ଥିତ ଥିଲେ। ଏହି ଅବସରରେ ରତନ ଟାଟା ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇ କହିଲେ, ଏହି ସମ୍ମାନ ମୋତେ ପ୍ରଦାନ କରିଥିବାରୁ ମୁଁ ବହୁତ ଖୁସି ଓ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ।

Advertisment

ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ବ ପିଲାଟି ଦିନରୁ ମୋତେ ପ୍ରଭାବିତ କରିଛି, ଆଜି ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଥିବା ଶ୍ରୀ ସାମନ୍ତ କହିଛନ୍ତି। ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ସେ ସୃଷ୍ଟି କରିଥିବା ଉଦାହରଣ ପାଇଁ ତାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ବିଶ୍ୱର ବହୁ ରାଷ୍ଟ୍ରନେତା, ନୋବେଲ୍‍ ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।