ଭୁବନେଶ୍ୱର: ବିଜୟା ଦଶମୀ ଅବସରରେ ମଙ୍ଗଳବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ମହାନଗରବାସୀ ଧୁମ୍ଧାମରେ ଦଶହରା ପାଳନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ପାଗ ଆଜି ଅନୁକୂଳ ଥିବାରୁ ଲୋକେ ଉତ୍ସାହର ସହିତ ପୂଜା ମଣ୍ଡପ ବୁଲିଥିବା ବେଳେ ସନ୍ଧ୍ୟାରେ ରାବଣ ପୋଡ଼ି ଦେଖିଛନ୍ତି। ରାଜଧାନୀର ବରମୁଣ୍ଡା, ନୟାପଲ୍ଲୀ, ଝାରପଡ଼ାରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି।
ବରମୁଣ୍ଡାରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରିବା ପରେ କହିଥିଲେ, ରାମ ଓ ଭଲଲୋକଙ୍କର ବିଜୟ ହେବା ଦରକାର। ଅପରପକ୍ଷେ ରାବଣ ଓ ଖରାପ ଲୋକଙ୍କର ପରାଜୟ ହେବାର ଆବଶ୍ୟକତା ରହିଛି।
/sambad/media/post_attachments/wp-content/uploads/2019/10/bbsr3.jpg)
ସମାରୋହରରେ ଅନ୍ୟତମ ଅତିଥି ପିପିଲି ବିଧାୟକ ପ୍ରଦୀପ ମହାରଥୀ କହିଛନ୍ତି, ବରମୁଣ୍ଡାରେ ୨୦ ବର୍ଷ ହେବ ଦୁର୍ଗାପୂଜା ପାଳନ ହୋଇ ଆସୁଛି। ଏଠାରେ ୨୦୨୧ ସୁଦ୍ଧା ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉ।
ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଦର୍ଶକ ଉତ୍ସାହର ସହିତ ରାବଣ ପୋଡ଼ି ଦେଖିଛନ୍ତି। ଆତଶବାଜୀରେ ବରମୁଣ୍ଡା, ଝାରପଡ଼ା ଓ ନୟାପଲ୍ଲୀ ରାବଣ ପୋଡ଼ି ପଡ଼ିଆ ପ୍ରାୟ ଅଧ ଘଣ୍ଟା ଯାଏଁ ଶବ୍ଦ ଓ ଆଲୋକ ଝଲସି ଉଠିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bbsr2-1.jpg)