ଚନ୍ଦ୍ରଶେଖରପୁର ପୂଜା ମଣ୍ଡପ ବୁଲିଲେ ଆର୍‌ବିଆଇ ଗଭର୍ଣ୍ଣର

ଭୁବନେଶ୍ବର: ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଶନିବାର ଚନ୍ଦ୍ରଶେଖରପୁରସ୍ଥିତ ନନ୍ଦନବିହାର ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଶ୍ରୀ ଦାସ ନନ୍ଦନବିହାର ଯାଇ ସେଠାରେ ମା’ ଦୁର୍ଗାଙ୍କ ଦର୍ଶନ କରିଥିଲେ। ନନ୍ଦନ ବିହାର ପୂଜା କମିଟି ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ରଙ୍କ ସମେତ ସମ୍ବାଦ ଗ୍ରୁପ୍‌ର ବିତ୍ତ ଉପଦେଷ୍ଟା ପ୍ରହ୍ଲାଦ ଦାସ, ସଙ୍ଗୀତା ସାହୁ, ସୁମନ ମହାପାତ୍ର, ଅଭୟ ନାୟକ, ବେଣୁଧର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂଜା କମିଟିର ସଭାପତି ଦେବାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ଅରୁଣ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ‌କୁ ଭାସ୍କର ଚନ୍ଦ୍ର ଜେନା, ଅଭୟ ମିଶ୍ର, ଶୁଭେନ୍ଦୁ ମହାନ୍ତି, ଅଜୟ କୁମାର ସାହୁ, ନାରାୟଣ ପଟ୍ଟନାୟକ, ନିପନ କାମିଲା, ଶୁଭକାନ୍ତ ମିଶ୍ର, ତନୁଜା ସାକ୍‌ସେନା, ସ୍ବାଧୀନ ପଟ୍ଟନାୟକ, ସୁବ୍ରତ ପଣ୍ଡା, ମନୋରଂଜନ ବିଶୋଇ, ସଙ୍ଗୀତା ଦାସ, ଶୁଭଶ୍ରୀ ପଟ୍ଟନାୟକ, ସଂଧ୍ୟାରାଣୀ ପଟ୍ଟନାୟକ, ଦୀପା ମହାପାତ୍ର, ଉମାମଣି ଜେନା, ସଙ୍ଗୀତା ବସନ୍ତରାୟ, ଉତ୍କଳଲକ୍ଷ୍ମୀ ସିୟା, ସଙ୍ଗୀତା ମିଶ୍ର ଏବଂ ଦୁର୍ଗାବାହିନୀର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନନ୍ଦନ ବିହାର ବିକାଶ ପରିଷଦର ସଭାପତି ଗଣେଶ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ନରେନ୍ଦ୍ର ନାଥ ନନ୍ଦ, ବଳରାମ ପାଣି, ବିମଳ ଦାସ, ଦେବଦତ୍ତ ବସନ୍ତରାୟ, ଜିତେନ୍ଦ୍ର ରଥ, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର