ପୁରୁଣା ଭୁବନେଶ୍ବର : ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆରବିଆଇ) ଗଭର୍ଣ୍ଣରଙ୍କ ଜ୍ବାଇଁ ପରିଚୟ ବଳରେ କୋଟି କୋଟି ଟଙ୍କା ଠକେଇ କରି ଗିରଫ ହୋଇଥିବା ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ୧୫ଦିନ ପାଇଁ ରିମାଣ୍ଡ୍‌ରେ ନେଇଛି କୋଲକାତା ପୁଲିସ। ଧୂର୍ତ୍ତ ପ୍ରଜ୍ଞା ପ୍ରକାଶ ନାମରେ କୋଲକାତାରେ ୨ଟି ଠକେଇ ମାମଲା ରହିଛି। ତେଣୁ ପ୍ରଜ୍ଞା ପ୍ରକାଶକୁ ରିମାଣ୍ଡ୍‌ରେ ନେବା ପାଇଁ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ କୋଲକାତା ପୁଲିସ ଚାରି ଦିନ ପୂର୍ବରୁ ଆବେଦନ କରିଥିଲା।

Advertisment

ମିଳିଥିବା ସୂଚନା ଅନୁଯାୟୀ, କୋଲକାତାର ଜଣେ ବ୍ୟବସାୟୀଙ୍କୁ ଚାଟାର୍ଡ ଫାର୍ମ ଦେବାକୁ କହି ଅଭିଯୁକ୍ତ ପ୍ରଜ୍ଞା କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ସେହିଭଳି ଅନ୍ୟ ଜଣଙ୍କୁ ରାଜଧାନୀରେ ଜମି ଦେବାକୁ କହି ମଧ୍ୟ ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜମି ଠକେଇ ମାମଲାରେ ପ୍ରଜ୍ଞା ପ୍ରକାଶକୁ ଗିରଫ କରିବା ପରେ ଦୁଇ ଅଭିଯୋଗକାରୀ କୋଲକାତାର ଏକ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ କୋଲକାତା ପୁଲିସ ତାକୁ ପଚରାଉଚରା କରିବାକୁ ରିମାଣ୍ଡରେ ନେଇଛି। ଏଣେ ପ୍ରଜ୍ଞା ନାଁରେ ହୋଇଥିବା ଠକେଇ ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ତଦନ୍ତ ଶେଷ କରିଛି। ୩ ଦିନ ମଧ୍ୟରେ ପ୍ରଜ୍ଞା ପ୍ରକାଶ ବିରୋଧରେ ଏସ୍‌ଡିଜେଏମ୍ କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ପୁଲିସ ଦାଖଲ କରିବ ବୋଲି ପ୍ରସ୍ତୁତ କରିଛି।