ଥାନାରେ ୨୭ ଜାଲ୍‌ ନୋଟ୍ ଦାଖଲ କଲା ଆର୍‌ବିଆଇ

ଭୁବନେଶ୍ବର : ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(ଆର୍‌ବିଆଇ) ଭୁବନେଶ୍ବର ଶାଖାକୁ ୨୦୨୦-୨୧ ଆର୍ଥିକ ବର୍ଷରେ ୨୭ଟି ଜାଲ୍‌ ନୋଟ୍ ଆସିଛି। ଆର୍‌ବିଆଇ ପକ୍ଷରୁ ଏହି ନୋଟ୍‌ଗୁଡ଼ିକୁ ଖାରବେଳନଗର ଥାନାରେ ଦାଖଲ କରାଯାଇଛି। ଏ ସଂକ୍ରାନ୍ତରେ ଆର୍‌ବିଆଇ ମ୍ୟାନେଜର ଏତଲା କରିବା ପରେ ପୁଲିସ ଆଇପିସି ଦଫା-୪୮୯(ବି) ଏବଂ ୪୮୯(ଇ)ରେ ମାମଲା ରୁଜୁ କରିଛି। ଏହି ନୋଟ୍ ଭିତରେ ୩ଟି ୫୦ ଟଙ୍କିଆ, ୧୯ଟି ଶହେ ଟଙ୍କିଆ, ଗୋଟିଏ ୨ ଶହ ଟଙ୍କିଆ, ଗୋଟିଏ ୫ ଶହ ଟଙ୍କିଆ ଓ ୩ଟି ୨ ହଜାର ଟଙ୍କିଆ ଅର୍ଥାତ୍ ୮୭୫୦ ଟଙ୍କାର ଜାଲ ନୋଟ୍ ରହିଛି।

ସମ୍ବନ୍ଧିତ ଖବର