ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରୟୋଗଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ନୂତନ ପ୍ରୟୋଗଶାଳା ଆଜି ଉଦ୍‌ଘାଟିତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ର୍ରଫେସର ପଦ୍ମଜା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରୟୋଗଶାଳାକୁ ଉଦ୍‌ଘାଟନ କରିବା ସହ ଛାତ୍ରୀଙ୍କ ଦକ୍ଷତା ବିକାଶରେ ଏହା ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ରେଶମ ଶିଳ୍ପ ବିଭାଗର ବିଶେଷଜ୍ଞ ଦାଶରଥି ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଶମ ଶିଳ୍ପ ସମ୍ପର୍କରେ ଛାତ୍ରୀଙ୍କୁ କହିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ସୀତାଂଶୁ କୁମାର ଦାଶ, ବିଭାଗୀୟ ମୁଖ୍ୟ ପ୍ରକାଶ ଚନ୍ଦ୍ର ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନେ ଏହାକୁ କିଭଳି ଉପଯୋଗ କରିବେ ତାହା ଉପରେ ଆଲୋକପାତ କରିଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରଜ୍ଞାପାରମିତା ବେହେରା ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ବିଭାଗର ଅଧ୍ୟାପକ, ଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର